ରାୟଗଡ଼ା: ପାରିବାରିକ କଳହ ନେଇ ୫ ବର୍ଷର ଶିଶୁକୁ ହତ୍ୟା ଅଭିଯୋଗ

ରାୟଗଡ଼ା: ପାରିବାରିକ କହଳକୁ ନେଇ ବୁଧବାର ରାୟଗଡ଼ା ଜିଲ୍ଲାରେ ଜଣେ ଶିଶୁକୁ କୁରାଢ଼ୀରେ ହତ୍ୟା କରାଯାଇଛି। ସୂଚନା ଅନୁସାରେ ମୁନିଗୁଡ଼ା ଥାନା ଭାଲିଆପଦର ଗାଁରେ ୫ ବର୍ଷର ଶିଶୁକୁ ପଡୋଶୀ ହାଣିଥିବା ଅଭିଯୋଗ ହୋଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର