କଲ୍ୟାଣସି˚ହପୁର,: ରାୟଗଡା ଜିଲ୍ଲା କଲ୍ୟାଣସି˚ହପୁର ବ୍ଲକରେ ଗତ ପ୍ରଳୟଙ୍କରୀ ବନ୍ୟାରେ ବ୍ଲକର ଅଧିକା˚ଶ ପଞ୍ଚାୟତ ବ୍ୟାପକ କ୍ଷତି ହୋଇ ହଜାର ହଜାର ଲୋକ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲେ। ସେହି ସମୟରେ ତହସିଲ କାର୍ଯ୍ୟାଳୟର ବ୍ୟାପକ କ୍ଷତି ହୋଇଥିଲା। ତେବେ ଆଜକୁ ଦେଢ ବର୍ଷ ବିତିଯାଇଥିଲେବି ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କରାଯାଇ ପାରିନି। ଏହି ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ରାଜସ୍ବ ବିଭାଗ ତଥା ତହସିଲ କର୍ମଚାରୀ ଲୋକଙ୍କୁ ସାହାଯ୍ୟ ପ୍ରଦାନ କରିଥାନ୍ତି। କିନ୍ତୁ ଗତ ବନ୍ୟାରେ କଲ୍ୟାଣୀ ନଦୀ ଓ ନଗାବଳୀ ନଦୀରେ ବନ୍ୟା ଆସି ତହସିଲ କାର୍ଯ୍ୟାଳୟ ଭିତରେ ଆଠ ଫୁଟ ଉଚ୍ଚରେ ପାଣି ବୋହିବାରୁ ବହୁ ମୁଲ୍ୟବାନ କାଗଜ ପତ୍ର ପାଣିରେ ବୁଡ଼ିଯିବା ସହ କବାଟ ଝରକା ଭାଙ୍ଗି ଯାଇଥିଲା। ସୁରକ୍ଷା ପାଚେରିବି ବନ୍ୟା ପାଣିରେ ଭାସି ଯାଇଥିଲା। ତହସିଲ କାର୍ଯ୍ୟାଳୟ ଦୁଇ ମହଲା ହୋଇଥିବାରୁ ତଳ ମହଲାର ସମସ୍ତ ମୂଲ୍ୟବାନ କାଗଜ ପତ୍ର ନଷ୍ଟ ହୋଇଥିବା ବେଳେ ଏହାର ମରାମତି କରାଯାଇନଥିବାରୁ ବନ୍ୟାର ମୁଖ ସାକ୍ଷୀ ଭାବେ ରହିଛି। ପାଚେରି ଭାଙ୍ଗିଯାଇଥିବାରୁ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଓ ବୁଲା ଗାଇଗୋରୁଙ୍କ ଚରାଭୁଇଁ ପାଲଟିଛି। ସେହିପରି ତହସିଲଦାରଙ୍କ ବାସଭବନ ଓ ସେଠାରେ ଥିବା କ୍ଲଷ୍ଟର ହାଉସ ମଧୢ ଭାଙ୍ଗିରୁଜି ଯାଇଥିଲା। ଏପରିିକି ଗୋଟିଏ ଘରକୁ ବନ୍ୟା ପାଣି ଭସାଇ ନେଇଯାଇଥିଲା। ବନ୍ୟା ସମୟରେ ପାଣି ଘେରରେ ଥିବା ବ୍ଲକ, ମେଡିକାଲ, ରାଜସ୍ବ ବିଭାଗର କର୍ମଚାରୀ ମାନେ ନିଜ ପରିବାରକୁ ନେଇ ଛାତ ଉପରେ ଚଢିଯାଇଥିଲେ। ତେବେ ବନ୍ୟାର ଦେଢବର୍ଷ ବିତିଯାଇଥିଲେବି କ୍ଲଷ୍ଟର ହାଉସ ଓ ତହସିଲ କାର୍ଯ୍ୟାଳୟ ମରାମତି କରାଯାଇନଥିବାରୁ କର୍ମଚାରୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ଏ ସଂପର୍କରେ ତହସିଲଦାର ରଞ୍ଜିତା ମେରି ନାୟକଙ୍କୁ ପଚାରିବାରୁ କାର୍ଯ୍ୟାଳୟ ମରାମତି କରିବା ପାଇଁ ଦୁଇ ଥର ଚିଠି ଲେଖି ଜଣାଇ ଦିଆଯାଇଛି ବୋଲି କହିଛନ୍ତି। ଅନ୍ତତଃ ପକ୍ଷେ ତହସିଲଦାରଙ୍କ ବାସଭବନ ମରାମତି କଲେ ଏଠାରେ ରହି କିଛି କାମ କରିପାରନ୍ତି ବୋଲି ପ୍ରକାଶ କରିଛନ୍ତି।
ବନ୍ୟାକୁ ଦେଢବର୍ଷ ବିତିଲା:ତହସିଲ କାର୍ଯ୍ୟାଳୟ ମରାମତି କେବେ?
/sambad/media/post_attachments/wp-content/uploads/2018/12/raygada-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)