ରାୟଗଡ଼ା: ମାଓବାଦୀଙ୍କ କବଳରୁ ଖସିଆସିଲେ ୪ଜଣ ଯୁବକ

ରାୟଗଡ଼ା: ମୁନିଗୁଡ଼ା ବ୍ଲକ ବଡ଼ଡ଼େଙ୍ଗୁଣି ଗ୍ରାମରୁ ରବିବାର ଅପହୃତ ହୋଇଥିବା ୪ଜଣ ଯୁବକ ମାଓବାଦୀଙ୍କ କବଳରୁ ଖସିଆସିଥିବା ଜଣାପଡ଼ିଛି। ପୁଲିସ ଇନଫର୍ମର ସନ୍ଦେହରେ ଏହି ଯୁବକମାନଙ୍କୁ ମାଓବାଦୀମାନେ ଅପହରଣ କରିଥିଲେ ବୋଲି ବିଷମ କଟକ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ଗତ ଅକ୍ଟୋବର ୩୦ରେ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ବଳି କରକରିଆ, ଟେଲା କରିକରିଆ, ନେପାଳ ଟାକ୍ରି ଓ ହର ଟାକ୍ରିଙ୍କୁ ଅପହରଣ କରିଥିଲେ।  ଅକ୍ଟୋବର ୩୧ରେ ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର