୯୫ଜଣ ଜୁଆଡ଼ିଙ୍କୁ ଗିରଫ କଲା ପୁଲିସ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ଏବଂ ରାୟଗଡା ଜିଲ୍ଲାର ଗୁଣୁପୁର ସମେତ ବିଭିନ୍ନ ସହରରେ ଜୁଆ ଆଡ୍ଡାରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୯୫ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ନଗଦ ସାଢ଼େ ୪ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାଯାଇଛି । ଏହାସହ ୨୫ଟି ମୋବାଇଲ ମଧ୍ୟ ଜବତ ହୋଇଥିବାର ଖବର ମିଳିଛି ।

ଗତ କିଛି ଦିନହେବ ପୁଲିସ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇ ଅନେକ ଜୁଆଡିଙ୍କୁ ଗିରଫ କରାଯାଇଥିଲା । ଆଜି ମଧ୍ୟ ବ୍ରହ୍ମପୁର ଟାଉନ ଥାନା ପୁଲିସ ୭ଟି ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ଏହି ଚଢାଉ ବେଳେ ୬୮ଜଣଙ୍କୁ ଗିରଫ କରାଯିବା ସହ ନଗଦ ୨ଲକ୍ଷ ୬୫ହଜାର ଟଙ୍କା ଜବତ ହୋଇଛି । ଏହାସହ ୨୫ଟି ମୋବାଇଲ ମଧ୍ୟ ଜବତ ହୋଇଛି ।


ସେହିପରି ରାୟଗଡା ଗୁଣୁପୁରରେ ମଧ୍ୟ ଜୁଆ ଆଡ୍ଡାରେ ଚଢାଉ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର