ମୁନିଗୁଡ଼ା: ରାୟଗଡ଼ା-ଭବାନୀପାଟଣା ରେଳ ଲାଇନର ମୁନିଖୋଲ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ସାଢେ଼ ୧୧ଟାରେ ଏହି ଘଟଣା ଘଟିଛି। ଟ୍ରେନର ୫ଟି ବଗି ଲାଇନରୁ ତଳକୁ ଖସି ପଡ଼ିଛି। ଖବର ପାଇ ରେଳ ବିଭାଗ ଅଧିକାରୀ ଓ ଯାନ୍ତ୍ରିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟ୍ରେନଟି ତେଲ ନେଇ ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ମୁନିଗୁଡ଼ା-ଜୁନାଗଡ଼ ରୋଡ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି।
ମୁନିଖୋଲ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
/sambad/media/post_attachments/wp-content/uploads/2021/01/c0c8cde3-5e37-4aa4-91b4-4740c8014ff5.jpg)