ଗୁଣପୁର/ଗୁଡ଼ାରି: ଲଗାଣ ବର୍ଷାରେ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଉପର ମୁଣ୍ଡରରେ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଚଳିତ ବର୍ଷ ଏହା ପ୍ରଥମ ବନ୍ୟା ଜଳ ଆସିଛି। ବର୍ତ୍ତମାନ ସତର୍କ ସଂକେତ ଅତିକ୍ରମ କରିଛି। ଏଠାରେ ସତର୍କ ସଂକେତ୮୨ ମିଟର ରହିଥିବା ବେଳେ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏଥିସହ ଶାଖା ନାଳ ଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି।
ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ମୁଖ୍ୟରାସ୍ତାର ଆପ୍ରୋଚ ଭୁଶୁଡ଼ି ପଡ଼ିଥିବାରୁ ଗୁଣପୁର ଠାରୁ ପୁଟାସିଂ, ଶଗଡ଼ା ପଞ୍ଚାୟତ ଗୁଡିକୁ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଥିବା ଖବର ହସ୍ତଗତ ହୋଇଛି। ସେହିଭଳି ପୁଟାସିଂ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ଭୁଶୁଡି ପଡିଥିବା ବେଳେ ଅନେକ ଘରେ ପାଣି ପଶି ଥିବା ସୂଚନା ମିଳିଛି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଭୀମପୁର ପଞ୍ଚାୟତର ଫୁଲପୁଟି ଗ୍ରାମରେ ଥିବା ଘର ଗୁଡିକରେ ବର୍ଷା ପାଣି ସଠିକ ଭାବେ ନିଷ୍କାସନ ହେଉନଥିବାରୁ ଘର ଗୁଡିକରେ ପାଣି ପଶିଛି। ଉପଖଣ୍ଡ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖି ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଲାଇନ ବିଭାଗ ଗୁଡିକୁ ସଜାଗ ରହିବାକୁ କୁହାଯାଇଛି।
/filters:format(webp)/sambad/media/media_files/2025/10/02/rgd3-2025-10-02-20-21-21.jpg)
ଲଗାଣ ବର୍ଷା ହେତୁ ଗୁଡାରି ବଂଶଧାରା ନଦୀ ବିପଦ ସଂକେତ ରେ ପ୍ରଭାହିତ ହେଉଅଛିl ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ନଦୀ କୁଳିଆ ଗାଁଗୁଡ଼ିକୁ ସତର୍କ ସୂଚନା ଦେଇଛନ୍ତିl ନଦୀ କୂଳକୁ ଯିବା ଗାଈ ଗୋରୁ ଗୃହ ପାଳିତ ପଶୁଙ୍କୁ ଛାଡିବା ପ୍ରଶାସନ ପାଖରୁ ବାରଣ କରାଯାଇଛିl
ସେ ପଟେ ମଧୁବନ ଗ୍ରାମ ପଞ୍ଚାୟତ ଝିଗିଡିବାଟା ନାଳ ରେ ପ୍ରବଳ ପାଣି ପ୍ରଭାହିତ ହେଉଅଛିl ଗୁଡ଼ାରି ଢେପାଗୁଡା ମୁଖ୍ୟ ରାସ୍ତାରୁ ସୁକୁଡୁବାଜୁ ଯିବା ରାସ୍ତାରେ ପାହାଡ଼ ରୁ ମାଟି ପଥର ଅତଡ଼ା ଖସି ଯିବା ସୂଚନା ମିଳିଛିl ପ୍ରବଳ ବର୍ଷା ହେତୁ ପାହାଡ଼ରୁ ପ୍ରବଳ ପାଣି ବହୁ ଥିବାରୁ ମାଟି ଅତଡ଼ା ଖସୁଛିl ରାସ୍ତାରେ ପୁରା ମାଟି ଅତଡ଼ା ପଥର ଖସିଲେ ଅନେକ ଗାଁ ଗମନା ଗମନ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛିl ତୁରନ୍ତ ଏହାର ବିକଳ୍ପ ସମାଧାନ କରିବା ସାଧାରଣ ରେ ଦାବି ହୋଇଛି l
Rain in Odisha | Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/02/rgd2-2025-10-02-20-16-27.jpg)