ବେଆଇନ ମେଟାଲ୍ ଚାଲାଣ :୩ ଟିପ୍ପରରୁ ୯୦ ହଜାର ଜରିମାନା ଆଦାୟ

ରାୟଗଡା: ବେଆଇନ ମେଟାଲ୍ ଚାଲାଣ କରୁଥିବା ୩ଟି ଟିପ୍ପରରୁ ଆଜି ୯୦ ହଜାର ଟଂକା ଜରିମାନା ଆଦାୟ କରିଛି ପ୍ରଶାସନ। ଜରିମାନା ଆଦାୟ ପରେ ଅଟକ ଟ୍ରିପରକୁ ଛାଡି ଦିଆଯାଇଛି। ରାୟଗଡା ତହସିଲଦାର ଉମା ଶଂକର ବେହେରାଙ୍କ ନେତୃତ୍ବରେ ଫ୍ଲାଇଂ ସ୍କ୍ବାଡ୍ ‌ପେଟ୍ରୋଲିଂ କରୁଥିବା ବେଳେ ସିରିଗୁଡା ନିକଟରୁ ୫ଟି ମେଟାଲ୍ ବୋଝେଇ ଟ୍ରିପରକୁ ଅଟକ ରଖି ଯାଂଚ କରିଥିଲା। କାଗଜପତ୍ର ଯାଂଚ ପରେ ୨ଟି ଟିପ୍ପରର ଲାଇସେନସ୍ ଥିବା ବେଳେ ୩ଟିର ଲାଇସେନସ୍ ନଥିବା ଜଣା ପଡିଥିଲା। ଫଳରେ ପ୍ରତ୍ୟେକ ଟ୍ରିପରରୁ ୩୦ ହଜାର ଟଂକା ଲେଖାଁଏ ଜରିମାନା ଆଦେଶ ଦେଇଥିଲେ ତହସିଲଦାର।

ସମ୍ବନ୍ଧିତ ଖବର