ରାୟଗଡ଼ା: କେନ୍ଦ୍ର ସରକାର ଗତ କିଛି ଦିନ ତଳେ ଚାରୋଟି ସଂପ୍ରଦାୟରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିଛନ୍ତି।ସେମାନଙ୍କ ମଧ୍ୟରୁ ଦୁରୁଆ ଓ କୋଣ୍ଡାରେଡ୍ଡୀ ଅନ୍ୟତମ।ରାଜ୍ୟ ସରକାର ୧୬୯ଟି ସଂପ୍ରଦାୟ ଜନଜାତି ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।ଦୁଇ ଦଶନ୍ଧି ଧରି ଝୋଡିଆ ସଂପ୍ରଦାୟର ଲୋକେ ରାଜ୍ୟ୍ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଆଦିବାସୀ ମାନ୍ୟତା ନେଇ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କ୍ଷୋଭର ବିଷୟ।ବାରିଙ୍ଗ ଝୋଡିଆ ପରଜା ସଂପ୍ରଦାୟର ଲୋକେ ଆଦିବାସୀ ମାନ୍ୟତା ପାଇଁସରକାରଙ୍କର ସମସ୍ତ ସୁବିଧା ସୁଯୋଗ ହାତଉଥିବା ବେଳେ କେବଳ ଝୋଡିଆଙ୍କୁ ଅଣଦେଖା କାହିଁକି।କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଝୋଡିଆ ପରଜାମାନେ ଆଦିବାସୀ ମାନ୍ୟତା ପାଇ ସମସ୍ତ ସୁବିଧା ପାଉଛନ୍ତି।କିନ୍ତୁ ରାୟଗଡାର କାଶୀପୁର ବ୍ଲକରେ ରହୁଥିବା ଝୋଡିଆମାନେ ଏଥିରୁ ବଞ୍ଚିତ ହୋଇଛନ୍ତି।ପ୍ରକାଶ ଥାଉକି ୧୯୯୭ ମସିହା ପୂର୍ବରୁ ଏହି ଝୋଡିଆ ସଂପ୍ରଦାୟର ଲୋକେ ଜନଜାତିର ସମସ୍ତ ସୁବିଧା ପାଉଥିଲେ।କିନ୍ତୁ ପରମୂହର୍ତ୍ତରେ ରାଜ୍ୟ ସରକରା ଏମାନଙ୍କୁ ଆଦିବାସୀ ବୋଲି ମାନିଲେ ନାହିଁ।୨୦୦୩ ନୋଟିଫିକେସନରେ ଝୋଡିଆ ପରଜା ହିଁ ଆଦିବାସୀ ବୋଲି କୁହାଯାଇଛି।ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ କଳାହାଣ୍ଡିରେ ପ୍ରାୟ ୧ ଲକ୍ଷ ଝୋଡିଆ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି।ଆଦିବାସୀ ସଂସ୍କୃତି ପରଂପରାକୁ ନେଇ ଏମାନେ ମଧ୍ୟ ଜଂଗଲ ଉଉପରେ ହିଁ ନିର୍ଭର କରି ରହୁଛନ୍ତି।
ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଝୋଡିଆଙ୍କର ୮୭ଟି ଗାଁ ରହିଛି।ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଗ୍ରାମରେ ବସବାସ କରୁଛନ୍ତି।ଏମାନଙ୍କ ମଧ୍ୟରୁ ୨୦ରୁ ୨୫ ହଜାର ଭୋଟର ରହିଛନ୍ତି।ଗତ ସାଧାରଣ ନିର୍ବାଚନରେ ଏମାନଙ୍କର ଭୋଟ ଏକତରଫା ହୋଇଥିଲା।ଯାହାଫଳରେ ସ୍ବାଧୀନ ପ୍ରାର୍ଥୀ ଜିତିବା ସମ୍ଭବପରହୋଇଥିଲା।ଏଥର ମଧ୍ୟ ଝୋଡିଆମାନେ ଏକ ତରଫା ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।ଗୋଟିଏ ଦଳ କିମ୍ବା ପ୍ରାର୍ଥୀକୁ ଏମାନେ ସମର୍ଥନ କଲେ ହୁଏତ ସେହି ପ୍ରାର୍ଥୀ ବିଜୟ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଉଛି।ଏନେଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ପଚାରିବାରେ ସେ ବାରମ୍ବାର ଝୋଡିଆକୁ ଆଦିବାସୀ ମାନ୍ୟତା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି।ସେହିପରି ବିଜେପିର ଆଦିବାସୀ ମୋର୍ଚ୍ଚାର ପୂର୍ବତନ ସଭାପତି କାଳିରାମ ମାଝି ମଧ୍ୟ ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ନେଇ ବହୁବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।ରାଜ୍ୟ ସରକାରଙ୍କ ଅପାରଗତା ଜଳ ଜଳଦିଶୁଛି ବୋଲି ସେ କହନ୍ତି।ସେହିପରି କୋରାପୁଟ ସାଂସଦ ମଧ୍ୟ ଝୋଡିଆଙ୍କୁ ଆଦିବାସୀ ମନ୍ୟତା ଦେବା ନେଇ ସଂସଦରେ ଦାବି କରିସାରିଛନ୍ତି।ଏହି ଜନଜାତି ଆଦିମ ଜନଜାତି ହୋଇଥିଲେ ମଧ୍ୟ କେବଳ ଝୋଡିଆ ହୋଇଥିବାରୁ ଏମାନେ ସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କୁହାଯାଇଛି।ତେବେ ଏମାନଙ୍କୁ ସାଧାରଣ ନିର୍ବାଚନରେ କିଏ ପ୍ରତିଶ୍ରୁତି ଏବଂ ଆଶ୍ବାସନା ଦେଇ ଭୋଟ ହାତେଇବ ଦେଖିବାକୁ ବାକି ରହିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp