ମୁନିଗୁଡା: ମୁନିଗୁଡା ଥାନା ଅନ୍ତର୍ଗତ ଏମ୍.ପାତ୍ରଗୁଡା ମୁଖ୍ୟ ରାସ୍ତାରେ ଆଜି ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ମୁନିଗୁଡାରୁ ପ୍ରାୟ ୭କିମି ଦୂର ଭବାନୀପାଟଣାରୁ ମୁନିଗୁଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପାତ୍ରଗୁଡା ଗ୍ରାମର ନକୁଳ ହିଆଲ(୫୦) ନିଜ ଲୁନାରେ ମୁନିଗୁଡା ଆସୁଥିବା ବେଳେ ଏମ୍.ପାତ୍ରଗୁଡା ନିକଟରେ ଅମ୍ବାଦଳାରୁ ଆସୁଥିବା ବଲେରୋ(ଓଆର ୧୮ବି ୮୪୪୫) ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ନକୁଳଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଗ୍ରାମବାସୀ ସେଠାରେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ପୁଲିସ ସେଠାରେ ପହଞ୍ଚି ବୁଝାସୁଝା କରିବା ସତ୍ୱେ ରାସ୍ତା ଅବରୋଧ ହଟିନଥିବା ଜଣାପଡିଛି।
ବଲେରୋ ଧକ୍କାରେ ଲୁନା ଚାଳକ ମୃତ
/sambad/media/post_attachments/wp-content/uploads/2018/02/raygda-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)