ସମସ୍ୟାରେ କତାଗୁଡା ଉଚ୍ଚ ବିଦ୍ୟାଳୟ :୪ ଶିକ୍ଷକ, ୪ ବଖରାରେ ୧୦ ଶ୍ରେଣୀର ପିଲା

କଲ୍ୟାଣସିଂହପୁର,: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତରେ ଥିବା ପୁରାତନ କତାଗୁଡା ଉଚ୍ଚ ବିଦ୍ୟାଳୟ ସମସ୍ୟାରେ ବୁଡ଼ିଛି। ଏହି ବିଦ୍ୟାଳୟ ୧୯୫୭ ମିହାରେ ପ୍ରତିଷ୍ଠା ହୋଇଥିଲା।ପ୍ରଥମେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରି ଏବେ ଉଚ୍ଚ ବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୩୧ ପିଲା ପଢୁଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ ୩୯ ଜଣ ପିଲା ପାଠ ପଡୁଛନ୍ତି। ଏତେ ଗୁଡାଏ ପିଲାଙ୍କ ପାଇ ରହିଛି ୪ଟି ଶ୍ରେଣୀଗୃହ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ନିମନ୍ତେ ମାତ୍ର ଦୁଇଜଣ ଶିକ୍ଷକ ରହିଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଦୁଇ ଜଣ ଶିକ୍ଷକ ରହିଛନ୍ତି। ନୂତନ କୋଠା ନିର୍ମାଣ କରିବା ପାଇଁ ସ୍ଥାନ ନିରୂପଣ ହୋଇପାରୁ ନଥିବାରୁ ୪ ବଖରାରେ ୧୦ଟି ଶ୍ରେଣୀର ପିଲା ପଢ଼ିବାକୁ ବାଧ୍ୟ ହେଉଛନ୍ତି।ତେଣୁ ତୁରନ୍ତ ଶିକ୍ଷକ ନିଯୁକ୍ତି ସହ ଅଭାବ ଅସୁବିଧାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର