କୁଡୁମୁଲୁଗୁମ୍ମା ଯୋଗାଣ ନିରୀକ୍ଷକଙ୍କୁ ଆଜୀବନ କାରାଦଣ୍ଡ

ଗୁଣପୁର : ଏକ ହତ୍ୟା ମାମଲାରେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକର ଯୋଗାଣ ନିରୀକ୍ଷକ ମନୋରଂଜନ ମଲ୍ଲିକଙ୍କୁ ଆଜୀବନ କାରଦାଣ୍ଡରେ ଦଣ୍ଡିତ କରିଛନ୍ତି ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଡ. ଶୁଭେନ୍ଦୁ କୁମାର ପତି।

ସୂଚନା ଅନୁଯାୟୀ, ମୁନିଗୁଡା ଗ୍ରାମରେ ରହୁଥିବା ପୂର୍ବତନ ଚନ୍ଦ୍ରପୁର ବିଡିଓଙ୍କ ପୁଅ ମନୋରଂଜନ ମଲ୍ଲିକ ନିଜ ଗାଁର ଭାସ୍କର ସ୍ୱାଇଁଙ୍କ ଠାରୁ ପ୍ରାୟ ୭ବର୍ଷ ତଳେ ୧ଲକ୍ଷ ଟଙ୍କା ହାତ ଧାର ନେଇଥିଲେ। ଭାସ୍କର ବାରମ୍ବାର ଟଙ୍କା ମାଗିବାରୁ ମନୋରଂଜନ ୨୫ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଥିଲେ। ତେବେ ଆକାଉଣ୍ଟରେ ଟଙ୍କା ନଥିବାରୁ ଏହି ଚେକ୍‌ ବାଉନ୍‌ସ ହୋଇଯାଇଥିଲା। ଏହାକୁ କେନ୍ଦ୍ର କରି ଭାସ୍କର ଓ ମନୋରଂଜନଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। ଶେଷରେ ଧାର ଆଣିଥିବା ଭାସ୍କରଙ୍କୁ ହତ୍ୟା କରିବାକୁ ମନୋରଂଜନ ଯୋଜନା କରିଥିଲେ। ଧାର ନେଇଥିବା ସମସ୍ତ ଟଙ୍କା ଫେରାଇବି କହି ଗତ ୨୦୧୧ଡିସେମ୍ବର ୭ତାରିଖରେ ମନୋରଂଜନ ଭାସ୍କର ସ୍ୱାଇଁଙ୍କୁ ଲିଟିଗୁଡା ରାସ୍ତାକୁ ଡାକିଥିଲେ। ତେବେ ଏଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମନୋରଂଜନ ଭାସ୍କରଙ୍କୁ ନିକଟସ୍ଥ ନିଳଗିରି ଜଙ୍ଗଲକୁ ନେଇ ଏକ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରିଥିଲେ। ଏନେଇ ଭାସ୍କରଙ୍କ ବାପା କାମରାଜୁ ସ୍ୱାଇଁ ମୁନିଗୁଡା ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର