ରାୟଗଡା: ବଜ୍ରଘାତରେ ପୁଅର ମୃତ୍ୟୁ ବାବଦକୁ ମିଳିଥିବା କ୍ଷତିପୂରଣ ରାଶିରୁ ବାଙ୍କିଲି ସରପଞ୍ଚ ଦେଢ ଲକ୍ଷ ଟଙ୍କା ହଡ଼ପ କରି ନେଇଯାଇଥିବା ସଂପର୍କରେ ଚାନ୍ଦିଲି ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ କୋଲନରା ବ୍ଲକ ଅନ୍ତର୍ଗତଃ ବାଙ୍କିଲି ବେତପାଡ଼ୁ ଗାଁର ହାରକା ହରିବନ୍ଧୁଙ୍କ ତୃତୀୟ ପୁଅ ହାରକା ଲାଚ୍ଛନା(୧୬)ଙ୍କ ଗତ ବର୍ଷ ମେ ମାସରେ ବଜ୍ରଘାତରେ ମୃତ୍ୟୁ ଘଟିଥିଲା। ରାଜ୍ୟ ରିଲିଫ କମିଶନର କ୍ଷତି ପୂରଣ ବାବଦକୁ ୪ ଲକ୍ଷ ଟଙ୍କାର ଚେକ୍କୁ କୋଲନରା ତହସିଲ ଜରିଆରେ ସ୍ଥାନୀୟ ଏକ୍ସିସ ବ୍ୟାଙ୍କରେ ଜମା କରିଥିଲେ।
ଗତ ୧୨ ତାରିଖରେ ହାରକା ହରିବନ୍ଧୁ ଓ ବାଙ୍କିଲି ସରପଞ୍ଚ ବିଶିକେଷନ କଣ୍ଡାଗରୀ ଏକତ୍ର ଯାଇ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇଥିଲେ। ଏହାର ଦୁଇ ଦିନ ପରେ ସରପଞ୍ଚ ବିଶିକେଷନ ହାରକାକୁ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ୪ ଲକ୍ଷ ଟଙ୍କା ସହାୟତା ମିଳିଥିବା ବେଳେ ଅଢେଇ ଲକ୍ଷ ଟଙ୍କା କାହିଁକି ଦେବା ନେଇ ପଚାରିବାରୁ ଓଲଟା ଧମକ ଦେଇଥିବା ନେଇ ଚାନ୍ଦିଲି ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ଚାନ୍ଦିଲି ଥାନା ଅଧିକାରୀ ମନୋଜ ବେହେରା କହିଛନ୍ତି ଯେ ସରପଞ୍ଚ ବିଶିକେଷନ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ବକେୟା ବାବଦକୁ ୧ ଲକ୍ଷ ୩୦ ହଜାର ଟଙ୍କା କାଟି ରଖିଥିଲେ। ଅବଶିଷ୍ଟ ୨୦ ହଜାର ଟଙ୍କାକୁ ଆଜି ସରପଞ୍ଚ ଥାନାରେ ହରିବନ୍ଧୁଙ୍କୁ ପ୍ରଦାନ କରିଛନ୍ତି। ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଥିବା ଥାନା ଅଧିକାରୀ କହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନର ପରାଜିତ ପ୍ରାର୍ଥୀଙ୍କ କଥାରେ ପଡ଼ିି ହରିବନ୍ଧୁ ଏତଲା ଦେଇଥିବା ତଦନ୍ତ ବେଳେ ଜଣାପଡ଼ିଛି ବୋଲି ଆଇଆଇସି ଶ୍ରୀ ଚୈାଧୁରୀ ପ୍ରକାଶ କରିଛନ୍ତି।
କ୍ଷତିପୂରଣ ରାଶି ହଡ଼ପ ଅଭିଯୋଗ
/sambad/media/post_attachments/wp-content/uploads/2018/02/money-04-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)