ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ଉତ୍କଳ ଆଲୁମିନାକୁ ଯାଉଥିବା ଏକ ଲୁହା ବୋଝେଇ ଟ୍ରଲର ଡ୍ରାଇଭରଙ୍କୁ ୬ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରାଜସ୍ଥାନରୁ ଏକ ଟ୍ରଲର(ଆରଜେ ୪୮ଜି ୧୮୪୪)ରେ ଲୁହା ବୋଝେଇ ହୋଇ ଉତ୍କଳ ଆଲୁମିନା ଯାଉଥିଲା। ତେବେ ଗତ ମଙ୍ଗଳବାର ଭୋର ପ୍ରାୟ ୪ଟାରେ ଟିକିରି ଠାରୁ ପ୍ରାୟ ୪କିଲୋମିଟର ଦୂର ରାୟଗଡା ରାସ୍ତାର ଏକ ଘାଟିରେ ହଠାତ୍ ଏକ ଇନୋଭାରୁ ୬ଜଣ ଦୁର୍ବୃତ୍ତ ଓହ୍ଲାଇ ଏହି ଗାଡିକୁ ଅଟକାଇଥିଲେ। ପରେ ଡ୍ରାଇଭର ଓ ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଲୁଟ୍ କରି ଚମ୍ପଟ ମାରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ରାଇଭର ଗୁରୁତର ହେବାରୁ ହେଲପର ଗାଡି ଚଳାଇ ବୁଧବାର ସକାଳେ ଟ୍ରଲରଟି ଟିକିରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ। ପରେ ସ୍ଥାନୀୟ ଉତ୍କଳ ଆଲୁମିନା ଗେଷ୍ଟ ହାଉସର ସିକ୍ୟୁରିଟି ଗାର୍ଡ ମାନେ ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ହେଁ ଲୁଟ୍ ସଂପର୍କରେ ଟ୍ରଲର ଡ୍ରାଇଭରଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଲୁଟ୍ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଇରାଲ ଅଡିଓରେ ଗୁରୁତର ଡ୍ରାଇଭର ଜଣକ ନିବେଦନ କରିଛନ୍ତି।
ଟ୍ରଲର ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍
/sambad/media/post_attachments/wp-content/uploads/2018/12/loot-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)