ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବୋରିଙ୍ଗପଦର ଗାଁ ନିକଟ ଜଙ୍ଗଲର ଏକ ମହୁଲ ଗଛରେ ବେକରେ ଶାଢି ଦେଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ଯୁବକ ଜଣକ ବୋରିଙ୍ଗପଦର ଗାଁର ବେଡା ମାଝୀ ଓ ଯୁବତୀ ଜଣକ ଉମ୍ବେର ଗାଁର ବାଇଡି ଗୌଡ। ଯୁବକଜଣକ ପ୍ରାୟ ୩ ବର୍ଷ ତଳେ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ବି ପ୍ରାୟ ଏକ ବର୍ଷ ହେବ ଅନ୍ୟଜଣଙ୍କୁ ଭଲ ପାଇ ବସିଥିଲେ।
ହେଲେ ଏମାନଙ୍କ ମଧ୍ୟରେ କଣ ହେଲା କେଜାଣି ଦୁହେଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ତାର କାରଣ ଜଣାପଡ଼ିନି। ଗାଁ ର କିଛି ଲୋକ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଗଛରେ ଦୁଇ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ତାହା ମାଓ ଅଞ୍ଚଳ ହୋଇଥିବାରୁ ପୁଲିସ ବହୁ ସତର୍କତାର ସହ ଗାଁରେ ପହଞ୍ଚି ଦୁଇ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।