ରାୟଗଡ଼ା: ରାୟଗଡ଼ା ସଦର ମହକୁମାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଟ୍ରକ ଚକା ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ପ୍ରକାଶମ ବୋଲି ଡାକନ୍ତି। ଆଜି ସକାଳ ଭୋର ୫ଟା ସମୟରେ ବ୍ୟବସାୟୀ ପ୍ରକାଶମ ମାଛ ଓ ଶୁଖୁଆ ନେଇ ୩୨୬ ଜାତୀୟ ରାଜପଥ କଡ଼ରେ ନିଜର ଠେଲା ପକାଇଥିଲେ। ତେବେ କ୍ଷିପ୍ର ଗତିରେ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ ପ୍ରକାଶମଙ୍କ ଉପରେ ମାଡ଼ିଯାଇଥିଲା।
ଘଟଣାସ୍ଥଳରେ ହିଁ ପ୍ରକାଶମଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଜନତା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ଖବର ପାଇ ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।