ମନ୍ତ୍ରୀଙ୍କ ପାଇଲଟ ଗାଡ଼ି ଦୁର୍ଘଟଣା ଗ୍ରସ୍ତ:୫ ପୁଲିସ ଆହାତ

ରାୟଗଡ଼ା: ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବାକୁ ଆସିଥିବା ରାଜ୍ୟ ସମବାୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଇଲଟ ଗାଡ଼ି ଜମାଦେଇ ପେଣ୍ଟ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଗାଡ଼ିରେ ଯାଉଥିବା ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଡ୍ରାଇଭର ଦୀପକ ପରିଡ଼ା ଓ କନଷ୍ଟେବଳ ଆଦିତ୍ୟ ଚୌଧୁରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ କରିବା ପରେ ବିଜୟନଗର ଓ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉତ୍ସବ ଶେଷ ହେବାପରେ ମନ୍ତ୍ରୀ ଶ୍ରୀ ପାତ୍ର ବ୍ରହ୍ମପୁର ଯିବା ପାଇଁ ବାହାରିଲେ। ତାଙ୍କୁ ସୁରକ୍ଷା ପାଇଁ ନିୟୋଜିତ ପୁଲିସ ପାଇଲଟ ଗାଡ଼ି ଆନ୍ଧ୍ର ସୀମାନ୍ତ ଜାତୀୟ ରାଜପଥରେ ଛାଡ଼ି ରାୟଗଡ଼ା ଫେରୁଥିଲେ। ତେବେ ଜମାଦେଇପେଣ୍ଟ ବୁଲାଣିରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇ ଗୋଟିଏ ଗଛକୁ ଯାଇ ବାଡ଼େଇ ହୋଇଯାଇଥିଲା। ଆହାତଙ୍କ ମଧ୍ୟରେ ଏଏସଆଇ ମୋତିଲାଲ ପଟନାୟକ, ହାବିଲଦାର କେ.କେ ନାୟକ, ଜି.କ୍ରିଷ୍ଣା ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର