ରାୟଗଡ଼ା: ଅମ୍ବାଦଳା ଥାନା ଡିମିରିଗୁଡା ଗ୍ରାମରେ ମାଓବାଦୀ ଆଜି ପୋଷ୍ଟର ଲଗାଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀ ପୁଲିସ ଇନଫର୍ମରଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଚେତାବନୀ ଦେଇଛନ୍ତି।
କିଛିଦିନ ତଳେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗୀ ଗ୍ରାମର ଦୁଇ ଯୁବକ ଶଙ୍କର ପାତ୍ର ଓ ହେମନ୍ତ ପାତ୍ରଙ୍କୁ ମାଓବାଦୀ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପାଇଁ ମାଓ ସଂଗଠନର ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ନିଜକୁ ଦାୟୀ କରିଥିଲା । ସେପ୍ଟେମ୍ବର ମାସରେ ପୁଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶଙ୍କର ଓ ହେମନ୍ତ ପୁଲିସକୁ ସହଯୋଗ କରିଥିବା ମାଓ ସଂଗଠନ ଅଭିଯୋଗ କରିଛି।
/sambad/media/post_attachments/wp-content/uploads/2021/02/20803ae3-02a0-461d-ba27-12db5dc5fd8d.jpg)
ଏନକାଉଣ୍ଟର ପରେ ଶଙ୍କର, ହେମନ୍ତ ପୁଲିସ ନିକଟରୁ ପଇସା ଆଣି ଭୋଜିଭାତ କରି ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲେ। ମାଓ ସଂଗଠନ ଏ ସମ୍ପର୍କରେ ସୂଚନା ପାଇବା ପରେ ଉଭୟ ଯୁବକଙ୍କୁ ହତ୍ୟା କରିଛି। ଆଗାମୀ ଦିନରେ ଅନ୍ୟ ଇନଫର୍ମରଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡ ଦେବାକୁ ମାଓ ସଂଗଠନ ପୋଷ୍ଟରରେ ଉଲେଖ କରିଛି। ଅମ୍ବାଦଳା ପୁଲିସ ପୋଷ୍ଟର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Naxalite-to-Police-Informer_Thumbnail_2.jpg)
