ଫାଇନାନ୍‍ସ କର୍ମଚାରୀଙ୍କ ଠାରୁ ଲୁଟ୍‌ ମାମଲାର ପର୍ଦାଫାଶ, ୩ଗିରଫ

କଲ୍ୟାଣସିଂହପୁର: ରାଗୟଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କେସିଙ୍ଗି ପୋଲ ନିକଟରୁ ଗତ ୧୦ତାରିଖରେ ଜଣେ ଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ଲୁଟ୍ ମାମଲାର ପର୍ଦାଫାଶ କରିଛି ପୁଲିସ। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିବା ସହ ୮୪ହଜାର ଟଙ୍କା ଓ ଅନ୍ୟ ଲୁଟ୍ ସାମଗ୍ରୀ ଜବତ କରିଛି ପୁଲିସ। ଫାଇନାନ୍‌ସ କର୍ମଚାରୀଙ୍କ ସହ ବନ୍ଧୁତା କରିବା ପରେ ଜଣେ ଯୁବକ ବିଶ୍ବାସଘାତ କରି ଦୁଇ ଜଣ ସାଥୀଙ୍କ ସହାୟତାରେ ଏହି ଲୁଟ୍ କରିଥିବା ପୁଲିସ କହିଛି।
ସୂଚନା ଅନୁଯାୟୀ, ଭାରତ ଫାଇନାନ୍‍ସର କ୍ଷେତ୍ର କର୍ମଚାରୀ ନିହାର ରଂଜନ ସ୍ୱାଇଁ ସେରିଗୁମ୍ମା ପଞ୍ଚାୟତର ସେରିଗୁମ୍ମା,ଦୋରାବର୍ଜା, ଲାକାପାଇ, ଦେଉଳବାଡି ସମେତ ଅନ୍ୟ କିଛି ଗ୍ରାମକୁ ଯାଇ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଦେଉଥିଲେ। ପରେ ପ୍ରତି ସପ୍ତାହରେ ଗାଁ ଗାଁ ବୁଲି ମହିଳା ମାନଙ୍କୁ ଠାରୁ ଟଙ୍କା ଆଦାୟ କରୁଥିଲେ। କିଛି ଦିନ ତଳେ ଦୋରାବର୍ଜା ଗ୍ରାମ ରଘୁନାଥ କୌଶଲ୍ୟା ନିହାରଙ୍କ ସହ ବନ୍ଧୁତା କରିଥିଲା। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ବିଶ୍ବାସ ଏଭଳି ବଢ଼ି ଯାଇଥିଲା ଯେ, ନିହାର ଟଙ୍କା ଆଦାୟ କରିବାକୁ ଯିବା ସମୟରେ ରଘୁନାଥଙ୍କୁ ସାଥୀରେ ନେଇ ଯାଉଥିଲେ। କିନ୍ତୁ ନିହାରଙ୍କୁ ଠାରୁ କିଭଳି ଟଙ୍କା ଲୁଟ୍ କରିବ ସେନେଇ ରଘୁନାଥ ଯୋଜନା ପ୍ରସ୍ତୁତ କରି ସାରିଥିଲା। ଲୁଟ୍ ସମୟରେ ସହଯୋଗ କରିବାକୁ ରଘୁନାଥ କାଶୀପୁର ବ୍ଲକ ଗୁଡିବାଲି ପଞ୍ଚାୟତ ପୁଟେଙ୍ଗ ଗ୍ରାମର ତ୍ରିନାଥ ମହାନନ୍ଦିଆ ଓ କଲ୍ୟାଣସିଂହପୁର ବୁଡାଗୁଡା ପଞ୍ଚାୟତ କଦଳିଚୁଆଁ ଗ୍ରାମର ନନ୍ଦ କନ୍ଧପାଣିଙ୍କ ସହ ଆଲୋଚନା କରିଥିଲା। ଗତ ୧୦ ତାରିଖରେ ମଧ୍ୟ ନିହାର ଓ ରଘୁନାଥ ଗାଁଗାଁ ବୁଲି ମହିଳା ମାନଙ୍କ ଠାରୁ ୯୬ହଜାର ଟଙ୍କା ଆଦାୟ କରିଥିଲେ। ତେବେ ରାତି ହୋଇଯିବାରୁ ରାୟଗଡା ଯିବାକୁ ନିହାର କହିଥିଲେ। ଅନ୍ୟପଟେ ପୂର୍ବ ଯୋଜନା ମୁତାବକ ସେରିଗୁମ୍ମା-ବାଲାପାଇର କେସିଙ୍ଗି ପୋଲର ବୁଲାଣି ନିକଟରେ ତ୍ରିନାଥ ଓ ନନ୍ଦ ମୁହଁରେ କଳାକନା ବାନ୍ଧି ଏକ ପଲସର ବାଇକ୍‌ରେ ଆସି ରାସ୍ତାରେ ଗଛ ପକାଇ ଦେଇଥିଲେ। ଏଠାରେ ଗାଡ଼ି ଅଟକିବା ପରେ ତ୍ରିନାଥ ଓ ନନ୍ଦ ପହଞ୍ଚି ଉଭୟଙ୍କୁ ଭୟଭୀତ କରାଇ ୩ଟି ମୋବାଇଲ, ଗୋଟିଏ ଟାବଲେଟ, ଏଟିଏମ କାଡ, ପାନ କାର୍ଡ ଆଦି ଲୁଟ୍ କରି ଚମ୍ପଟ ମାରିଥିଲେ। ପରେ ନିହାର ଓ ରଘୁନାଥ କଲ୍ୟାଣସିଂହପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ଥାନା ଏସଆଇ ଦୀପ୍ତିରଞ୍ଜନ ସାହୁ ନିହାରଙ୍କ ଚୋରି ମୋବାଇଲକୁ ଟ୍ରାକିଂ କରିବା ସହ ସନ୍ଦେହରେ ରଘୁନାଥକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସମସ୍ତ ସତକଥା ଜଣାପଡିଥିଲା। ଏହି ଲୁଟ୍ ମାମଲାରେ ତ୍ରିନାଥ ଓ ନନ୍ଦ ସାମିଲ ଥିବା ଜାଣିବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ପରେ ପୁଲିସ ଏହି ୩ଜଣ ଅଭିଯୁକ୍ତଙ୍କ ଠାରୁ ୮୪ ହଜାର ଟଙ୍କା ସହ ଲୁଟ୍ ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଥିବା ରାୟଗଡା ଏସଡିପିଓ ତପନନାରାୟଣ ରଥ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସଆଇ ଦୀପ୍ତିରଞ୍ଜନ ସାହୁ, କୁନି ଶବର, ଏଏସଆଇ ସନ୍ତୋଷ କୁମାର ସିରିକା, ମାଝି ଗୌଡ ପ୍ରମୁଖ ଉପସ୍ଥିତି ଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ୩ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ରଥ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର