ରାୟଗଡ଼ା: ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପତି ଓ ଭାଣିଜୀ ଆହତ ହୋଇଛନ୍ତି। ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍ ଲିମିଟେଡରେ କାର୍ଯ୍ୟରତ ଶ୍ୟାମଘନ ମଲ୍ଲିକ(୪୦) ନିଜର ପତ୍ନୀ ପ୍ରତିସ୍ୱିନୀ ପ୍ରଧାନ(୪୫), ପ୍ରଜ୍ଞା କୁଳଦୀପ ବିଶୋଇ(୮) ଓ ନାଲୁମା ମଲ୍ଲିକ(୪୦) ଫୁଲବାଣୀ ଯାଉଥିଲେ।
/sambad/media/post_attachments/wp-content/uploads/2017/11/rayagada2.jpg)
ରାୟଗଡ଼ା ପହଞ୍ଚିବା ପୂର୍ବରୁ କୋଟଲାଗୁଡ଼ା ନିକଟରେ ସେମାନଙ୍କର ସୁଇଫ୍ଟ ଡିଜାୟରକୁ ଏକ ଟ୍ରିପର ଧକ୍କା ଦେଇଥିଲା। ଘନଶ୍ୟାମକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କର ପରିବାର ଲୋକେ ଆସିବା ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନା କିମ୍ବା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର କୌଣସି ଘରୋଇ ହସ୍ପିଟାଲକୁ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Rayagada_Accident.jpg)