ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ଗୁରୁତର

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ବନଦୁର୍ଗା ମନ୍ଦିର ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁୁରୁତର ହୋଇଥିବା ଅନ୍ୟ ୨ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମର ଜଗନ୍ନାଥ ମାଣ୍ତିକା(୨୫), ଅନନ୍ତ ମାଣ୍ତିକା ଓ ଅନ୍ୟ ଜଣେ ଆଜି ସ˚ଧୢାରେ ଏକ ବାଇକ୍‌ ଯୋଗେ ମୁନିଗୁଡାରୁ ନିଜ ଗାଁ ଅଭିମୁଖେ ଯାଉଥିଲେ। ତେବେ ମୁନିଗୁଡା ବନଦୁର୍ଗା ମନ୍ଦିର ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ବାଇକ୍‌ଟି ଏକ କଲଭର୍ଟରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ସମସ୍ତେ ଗୁୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଥିଲା। ତେବେ ରାସ୍ତାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାରେ ଗୁରୁତର ଅନନ୍ତ ଓ ଅନ୍ୟ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ˚କଟାପନ୍ନ ରହିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର