ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଉମରକୋଟ: ଉମରକୋଟ ବ୍ଲକ ନେଉରା ପଞ୍ଚାୟତ ଅନ୍ତର୍ଗତ ବଡଗାଁ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି।
ସୂଚନା ଅନୁଯାୟୀ, ବଡଗାଁ ଗ୍ରାମର ଦଶମୁ ଭତରା ଓ ଦଇନୁ ଭତରା ଆଜି ସକାଳ ପ୍ରାୟ ୧୦ଟାରେ ନିଜ ମକା ଫସଲ ଦେଖିବାକୁ ଯାଇଥିଲେ। ତେବେ ଏହି ସମୟରେ ମକା ବାଡ ନିକଟରୁ ହଠାତ୍‌ ଏକ ଭାଲୁ ବାହାରି ଦଶମୁୁଙ୍କୁ ଆକ୍ରମଣ କରିଥିଲା। ଏହାପରେ ସାଥୀରେ ଥିବା ଦଇନୁ ତୁରନ୍ତ ଗାଁକୁ ଯାଇ ଘଟଣା ସଂପର୍କରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦଶମୁଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଉମରକୋଟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ବର୍ତମାନ ଦଶମୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଦଶମୁ ଜଣେ ଗରିବ ଚାଷୀ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର