ଗୁଣପୁର: ଗୁଣପୁର ସହରରେ ଗତକାଲି ରାତ୍ରରେ ଦୁଇଟି ସ୍ଥାନରେ ଚୋରି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ବାବୁଲୁନଗରସ୍ଥିତ ସୁକାନ୍ତି ଦଳେଇଙ୍କ ଘରେ କେହିନଥିବା ବେଳେ ଦୁର୍ବୃତ୍ତ ଝରକା ଭାଙ୍ଗି ଭିତରେ ପଶି ଚୋରି କରିଥିବା ଜଣାପଡିଛି। ସେହିଭଳି ଶିବଶକ୍ତି ନଗରରେ ରହୁଥିବା ଆନ୍ଧ୍ର ବ୍ୟାଙ୍କ ଶାଖା ପରିଚାଳକ ଜିଭି ସୂରିଆକିରଣ ଘରେ ନଥିବାର ସୁଯୋଗ ନେଇ ଅନୁରୂପ ଭାବେ ଝରକା ଭାଙ୍ଗି ଭିତରେ ପଶି ଆଲମାରିରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ହୋଇଥିବା ଜଣାପଡିଛି। ଖବର ପାଇଁ ପୁଲିସ ଏସ୍ଆଇ ଧିରେନ ପଟନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ସହରରେ ପ୍ରତି ମାସରେ ଏଭଳି ଲୁଟ ଘଟୁଥିବାରୁ ପୁଲିସର ପେଟ୍ରୋଲିଂ ଏବଂ ସୁରକ୍ଷା ଦାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ରାତ୍ରିକାଳୀନ ପେଟ୍ରୋଲିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପୁଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଗୋଟିଏ ରାତିରେ ଦୁଇଟି ଚୋରି
/sambad/media/post_attachments/wp-content/uploads/2018/01/raygd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)