ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ବୋରିଖାଲ ଛକ ନିକଟରେ ଏକ ବାଇକ୍ ଗଛକୁ ପିଟିଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ମହିଳା ଗୁରୁତର ଆହାତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ମେଘ ବଡସେଠ। ମୃତକଙ୍କ ସ୍ତ୍ରୀ ଆମ୍ବା ବଡସେଠ ଓ ଅନ୍ୟ ଜଣେ ମହିଳା ସୁନାମା ପଲକିଆ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ମେଘ ବଡ଼ସେଠ ତାଙ୍କ ସ୍ତ୍ରୀ ଓ ଅନ୍ୟ ଜଣେ ମହିଳାଙ୍କ ସାଥିରେ କିଛି ମେଡ଼ିସିନ ପାଇଁ ଆମ୍ବାଦଳାରୁ ସୁବର୍ଣ୍ଣଗିରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ବେଳେ ଡାକ୍ତର ଉଭୟଙ୍କୁ ଚିକିତ୍ସା କରୁଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ: State Budget: ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ
ମୃତ ମେଘ ବଡ଼ସେଠ ଓ ଗୁରୁତର ଆମ୍ବା ବଡ଼ସେଠ ଉଭୟ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ସୁବର୍ଣ୍ଣଗିରିର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଗୁରୁତର ଜଣଙ୍କ ଅମ୍ବାଦଳା ଥାନା ବଡ଼ସାହିର ସୁନାମା ପଲକିଆ ବୋଲି ଜଣାପଡିଛି। ଘଟଣାସ୍ଥଳରେ ମୁନିଗୁଡା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି। ମୁନିଗୁଡ଼ା ପୁଲିସ ଘଟଣାରେ ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/Fs6NIpDhuESm4z8zb9Jp.jpg)