ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ‌ରେ ବାଘ ଆତଙ୍କ ଦେଖାଯାଇଛି। ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳ ଜଗଦଲପୁର ପଞ୍ଚାୟତ ଡୁମିରିଗୁଡ଼ା ଗାଁରେ  ଗତକାଲି ରାତି ପ୍ରାୟ ୨ ରୁ ୩ ଟା ଭିତରେ ଗ୍ରାମର କୁଞ୍ଜ ବେହେରାଙ୍କ ବାଛୁରୀକୁ ବାଘ ଆକ୍ରମଣ କରିବା ସହ ମାରି ଖାଇ ଦେଇଥିବା ଜଣାପଡିଛି।

Advertisment

ଆଜି ସକାଳେ ଘର ଲୋକେ ବାଛୁରିର ହାଡ ଓ ରକ୍ତ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସେହି  ସ୍ଥାନରେ ବାଘ ପାଦ ଚିହ୍ନ ପଡ଼ି ଥିବାରୁ ଏବଂ ପାଦ ବଡ ହୋଇଥିବାରୁ ଏହା ଏକ ମହାବଳ ବାଘ କିମ୍ବା କଲରାପତରିଆ ବାଘ  ହୋଇଥାଇ ପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକଟ  କରିଛନ୍ତି। ବାଘ ଆତଙ୍କ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ମୁନିଗୁଡା ରେଞର ପ୍ରବୀଣ ଦାଶ ଜଙ୍ଗଲ ମଧ୍ୟକୁ ନଯିବା ସହ ରାତିରେ ବୁଲାବୁଲି ନକରିବାକୁ ଲୋକମାନଙ୍କୁ ସତର୍କ କରିବା ସହ ସଚେତନ କରିଛନ୍ତି।  

ଆହୁରି ପଢ଼ନ୍ତୁ: Love Birds End Life: ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୁନିଗୁଡା ରେଂଜର ଶ୍ରୀ ଦାଶ ସୂଚନା ଦେଇ କହିଛନ୍ତି ମୁନିଗୁଡ଼ା ଅଞ୍ଚଳରେ ବାଘ ରହିଥିବା କଥା ବିଭାଗ ପାଖରେ ସୂଚନା ରିହିଛି। ତଦନ୍ତ ସମୟରେ ଜନ୍ତୁର ଫୁଟ ପ୍ରିଣ୍ଟ ମିଳିଛି କିନ୍ତୁ ତାହା ବାଘର ନା ଆଉ କେଉଁ ଜନ୍ତୁର ତାହା ତଦନ୍ତ ଚାଲିଛି। ମୁନିଗୁଡ଼ା ରେଂଜର  ବିଭିନ୍ନ ଅଞ୍ଚଳରେ ଟ୍ରାପ କେମେରା ଲଗାଇଛୁ ଟ୍ରାପ କେମେରାରେ ତଥ୍ୟ ଜଣାପଡିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ ଗତ ଡିସେମ୍ବର ମାସରେ ସେଣ୍ଟର ଅଫ ୱାଇଲ୍ଡ ଲାଇଫ ଷ୍ଟଡିଜ୍ (ସ୍ବେଛାସେବି ସଂଗଠନ) ପକ୍ଷରୁ ମୁନିଗୁଡ଼ା ଅଞ୍ଚଳରେ ବିଭିନ୍ନ ଜନ୍ତୁ ସଂପର୍କରେ ତଥ୍ୟ ସଂଗ୍ରହ ବେଳେ କଲରାପତରିଆ ବାଘ ଥିବା ନେଇ ସୂଚନା ମିଳିଥିଲା।