ରାୟଗଡ଼ା : ପୁରୀ-ଗୁଣପୁର ଟ୍ରେନର ଇଂଜିନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଜି ରାତି ୯ଟା ବେଳେ ଟ୍ରେନରୁ ଇଂଜିନ ପରିବର୍ତ୍ତନ ବେଳେ ଇଂଜିନଟି ବ୍ରେକଫେଲ ହୋଇ ଟ୍ରାକ ଏଣ୍ଡ ପଏଣ୍ଟ ଉପରକୁ ମାଡ଼ି ଆସିଥିଲା । ଏହା ଫଳରେ ଇଂଜିନଟି କିଛି ସମୟ ଉକ୍ତ ସ୍ଥାନରେ ଫସିରହିଥିଲା । ତେବେ ପରେ ରେଳବାଇର ଟେକନିକାଲ ଟିମ ଆସି ଇଂଜିନକୁ ବାହାର କରିଥିବା ଖବର ମିଳିଛି ।
ରାୟଗଡ଼ା : ଟ୍ରାକରୁ ଖସିଲା ପୁରୀ-ଗୁଣପୁର ଟ୍ରେନର ଇଂଜିନ
/sambad/media/post_attachments/wp-content/uploads/2020/01/train-3.jpg)