ରାୟଗଡ଼ା: କୋଭିଡ ପୂର୍ବରୁ ରହିଆସୁଥିବା ଛଅଟି ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ରାୟଗଡ଼ା ଜିଲ୍ଲାର ଅମ୍ବାଦଳାଠାରେ ଦାବି ପୂରଣ ପର୍ଯ୍ୟନ୍ତ ରେଳରୋକ କରାଯାଇଛି। ଅମ୍ବାଦଳା ରେଳ ଷ୍ଟେସନ ଉପରେ ୫୦ ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ନିର୍ଭର କରୁଛନ୍ତି। ଆଗରୁ ରହଣି କରୁଥିବା ଧାନବାଦ ଆଲେପି, ସମତା ଏକ୍ସପ୍ରେସ, ଲିଙ୍କ ଏକ୍ସପ୍ରେସ, ଜଗଦଲପୁର ହାବଡା ଭଳି ଦ୍ରୁତଗାମୀ ଟ୍ରେନଗୁଡିକ ନରହିବା ଫଳରେ ଲୋକଙ୍କୁ ନିକଟ ମୁନିଗୁଡା କିମ୍ବା କେସିଙ୍ଗା ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି।
/sambad/media/post_attachments/wp-content/uploads/2022/05/4d16be37-09cb-48de-8b33-e0253eaf2c2e.jpg)
କୋଭିଡ କମିବା ସହ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲେ ସୁଦ୍ଧା ଅମ୍ବାଦଳାଠାରେ ଟ୍ରେନ ରହଣି ସ୍ୱାଭାବିକ ହୋଇନଥିବା ଯୋଗୁଁ ଆଜି ଅମ୍ବାଦଳା ନାଗରିକ କମିଟି ତରଫରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ରେଳରୋକ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ ହୋଇଥିବା ବେଳେ ଭୁବନେଶ୍ୱର-ଜୁନାଗଡ଼ ଦ୍ରୁତଗାମୀ ଟ୍ରେନକୁ ମୁନିଗୁଡା ଷ୍ଟେସନରେ ଅଟକି ଥିବା ବେଳେ ମାଲବାହୀ ଟ୍ରେନଗୁଡିକ ଅନ୍ୟାନ୍ୟ ଷ୍ଟେସନଠାରେ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/4aaabe2e-ce7f-4c00-85e1-e46d8f05b54e.jpg)