ରାୟଗଡ଼ା: ରାୟଗଡ଼ାର ବନ୍ଦରୀ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ଜନୈକା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି। ନାବାଳିକାର ବୟସ ୧୨ ବର୍ଷ। ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ନିଜେ ଅଭିଯୁକ୍ତ ଦୋଷ ସ୍ବୀକାର କରିଛି।
ତିନି ଦିନ ତଳେ ଅଭିଯୁକ୍ତ ଜଣକ ନାବାଳିକା ଆଦିବାସୀ ନାବାଳିକାଙ୍କୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରି ପରେ ହତ୍ୟା କରିଥିଲା। ନାବାଳିକାର ବାପା ଚନ୍ଦ୍ରପୁର ପୁୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଆଣିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରି ପୁଲିସ୍ ଅଭିଯୁକ୍ତକୁ ଧରିବା ପରେ ପଚରାଉଚରା କରିଥିଲା। ପୁଲିସ୍ ଜେରା ସମୟରେ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ସ୍ବୀକାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/assault-large.jpg)