ରାୟଗଡ଼ା (ଶିବ ପ୍ରସାଦ ଦୋରା): ଚିକିତ୍ସା ପାଇଁ ଯାଇଥିଲେ ଆନ୍ଧ୍ରପ୍ରଦେଶ। ଅବସ୍ଥା ଗୁରୁତର ଅଛି ଏବଂ ଅଳ୍ପ ସମୟ ମଧ୍ୟରେ ମୃତ୍ୟୁବରଣ କରିବ ବୋଲି ଫେରାଇଦେଲା ଡାକ୍ତରଖାନା। ହେଲେ ଘରକୁ ଆସିବା ପରେ ସେ ଏବେ ସେ ଜୀବିତ ଥିବା ଜଣାପଡ଼ିଛି। ଏମିତି ଏକ ଘଟଣା ରାୟଗଡ଼ା ସହରର ବିଦ୍ୟାନଗର ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କ ସହ ଘଟିଛି। ଆନ୍ଧ୍ର ପ୍ରଦେଶ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଚିକିତ୍ସାକୁ ଲୋକେ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି।

Advertisment

ବିଦ୍ୟାନଗର ୫ ଗଳିର ଜଗନ୍ନାଥ ସ୍ୱାମୀ(୫୩)ଗତ ସାତ ଦିନ ଧରି ବିଶାଖାପଟନମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲିଭର୍ ଅଚଳ ହୋଇଥିବା ଦର୍ଶାଇ ଡାକ୍ତର ତାଙ୍କୁ ଅକ୍ସିଜେନ ସାହାଯ୍ୟରେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରୁଥିଲେ। ହେଲେ ଗତକାଲି ସଂନ୍ଧ୍ୟାରେ ଡାକ୍ତର ଭେଣ୍ଟିଲେଟରରୁ ବାହାର କରି ନିଜ ଘରକୁ ଫେରିଯିବା ପାଇଁ ପରାମର୍ଶ ଦେବା ସହ ଏକ ଘଣ୍ଟା ପରେ ପ୍ରାଣବାୟୁ ଚାଲିଯିବ ବୋଲି କହିଥିଲେ। ଡାକ୍ତର ଏଭଳି କହିବା ପରେ ପରିବାର ଲୋକେ ଜଗନ୍ନାଥ ସ୍ବାମୀଙ୍କୁ ରାତି ୧୨ ସମୟରେ ରାୟଗଡା ନେଇ ଆସିଥିଲେ। ଖବରପାଇ ସ୍ଥାନୀୟ ଲୋକେ ତାଙ୍କ ଘରେ ରୁଣ୍ଡ ମଧ୍ୟ ହୋଇଥିଲେ। କିନ୍ତୁ ସେ କଥା କହିପାରୁନଥିଲେ ମଧ୍ୟ ଶରୀରର ସମସ୍ତ ଅଙ୍ଗ କାମ କରୁଥିବା ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ: 20 Lakhs Loot: ଥାର୍ କିଣିବାର ନିଶା ସଜାଇଦେଲା ଚୋର, ଘରେ ପଶି ଲୁଟିନେଲେ ୨୦ଲକ୍ଷ

ସୂଚନାରୁ ଜଣାପଡିଛି ଆୟୁଷ୍ମାନ ଯୋଜନାରେ ଡାକ୍ତରଖାନାରେ ପ୍ରାୟ ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ସମୟରେ ଅନ୍ୟାନ୍ୟ ଖର୍ଚ୍ଚ କରି ପରିବାର ଲୋକେ ସର୍ବସ୍ବାନ୍ତ ହୋଇଥିଲେ। ଜଣେ ରୋଗୀଙ୍କ ପ୍ରତି ମେଡିକାଲ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ପ୍ରେସ୍‌ ଆଣ୍ଡ ମିଡିଆ ୱେଲଫର ଆସୋସିଏସନର ଶିବାଜୀ ଦାଶ ନିନ୍ଦା କରିଛନ୍ତି। ଏନେଇ ରୋଗୀଙ୍କ ସଂପର୍କିୟ ଜି ଆପାରାଓ କହିଛନ୍ତି ଯେ ଡାକ୍ତରଖାନା ଲିଭର ଫେଲ ହୋଇଯାଇଛି ଏବଂ ନେଇଯିବା ପାଇଁ ନିର୍ଦେଶ ପରେ ଆମେ ଜଗନ୍ନାଥଙ୍କୁ ଆଣିଥିଲୁ। କିନ୍ତୁ ତାଙ୍କର ଏଯାଏଁ କିଛି ହୋଇନାହିଁ।  ଏବେ ଜଗନ୍ନାଥ ସ୍ବାମୀଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ପ୍ରକାଶ କରିଛନ୍ତି ଶ୍ରୀ ଆପାରାଓ।

ଆହୁରି ପଢ଼ନ୍ତୁ: Rafa Crossing Open: ଦୀର୍ଘଦିନ ପରେ ଖୋଲିଲା ରାଫା କ୍ରସିଂ, ଲୋକଙ୍କ ମନରେ ବଢ଼ିଲା ଆଶା