ରାୟଗଡା ନିର୍ବାଚନମଣ୍ଡଳୀ : ମଇଦାନରେ ଅଭିଜ୍ଞ ପ୍ରାର୍ଥୀ

ରାୟଗଡା, (ନବୀନ ଚନ୍ଦ୍ର ସାହୁ): ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ବିଧାନସଭା ଆସନ। ରାଜ୍ୟ ରାଜନୀତିରେ ଗୁରୁତ୍ବ ବହନ କରୁଥିବା ଏହି ନିର୍ବାଚନ ମଣ୍ଡଳୀରୁ ବହୁ ଅଭିଜ୍ଞ େନତା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ େନତା ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ େନତୃତ୍ବରେ କଂଗ୍ରେସ ରାୟଗଡା ଆସନରୁ ୭ ଥର ବିଜୟୀ େହାଇଥିଲା। ରାମଚନ୍ଦ୍ରଙ୍କ ବିୟୋଗ ପରେ ବିେଜଡି ହାତକୁ ରାୟଗଡା ଆସନ ଯିବା ସହ ଦଳ ୨୦୦୪ ଓ ୨୦୧୪ ନିର୍ବାଚନରେ ବିଜୟୀ ହୋଇଛି। ଆଦିବାସୀ େନତା ଲାଲ୍ ବିହାରୀ ହିମିରିକା ବିଧାନସଭାକୁ ନିର୍ବାଚିତ ହୋଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ପଦ ଅଳଙ୍କୃତ କରିବାରେ ସକ୍ଷମ ହୋଇଛନ୍ତି। ବିଜେପି ଯଦିଓ ଏହି ନିର୍ବାଚନ ମଣ୍ଡଳୀରେ ବିଜୟ ବାନା ଉଡାଇ ନାହିଁ, କିନ୍ତୁ ବିଗତ ଦୁଇ ସାଧାରଣ ନିର୍ବାଚନରେ ଦଳର ଭୋଟ ହାର ବୃଦ୍ଧି କରି ଚାଲିଛି।

ତିନି ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ। ହେଲେ ବିବାଦରୁ ଦୂରେଇ ରହିବା ସହ ସମସ୍ତେ ନିଜ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପୁରୁଣା ଓ ଅଭିଜ୍ଞ େନତାଙ୍କୁ ଟିକେଟ୍ ଦେବା ପାଇଁ ବିଚାର କରୁଛନ୍ତି। ବିେଜଡିରୁ ଶ୍ରୀ ହିମିରିକାଙ୍କୁ ଛାଡିଲେ ଦଳୀୟ ଟିକେଟ୍ ପାଇଁ ଜିଲ୍ଲା ବିେଜଡି ମହିଳା ସଭାେନତ୍ରୀ ଅନୁସୂୟା ମାଝୀ, ପୂର୍ବତନ ପୌର ଅଧ୍ୟକ୍ଷ ରାଇସିଂ ବିଡିକା ଲବିରେ ଅଛନ୍ତି। ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବାକୁ ବିଜଡ଼େି ସୁପ୍ରିମୋ ନିଷ୍ପତ୍ତି ନେଇଥିବାରୁ ଏହି ଆଧାରରେ ଅନୁସୂୟାଙ୍କ ପଲା ଭାରି ଥିବା ତାଙ୍କ ସମର୍ଥକଙ୍କ ମତ। ପୌର ଅଧ୍ୟକ୍ଷ ଭାବେ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ରାଇସିଂ ବିଡିକା ରାଜ୍ୟ ସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଘନିଷ୍ଠ ସହଯୋଗୀ ହୋଇ ଥିବାରୁ ଟିକଟେ୍ ପାଇଁ ଆଗରେ ଥିବା ତାଙ୍କ ସମର୍ଥକମାେନ ଦାବି କରୁଛନ୍ତି।

କଂଗ୍ରସେ ବି ପୁରୁଣା େନତାଙ୍କ ଜରିଆରେ ନିର୍ବାଚନୀ ବୈତରଣୀ ପାର ପାଇଁ ଉଦ୍ୟମ କରୁଛି। ଦଳର ସ୍କ୍ରିନିଂ କମିଟି ପାଖକୁ ୪ ଆଶାୟୀ ପ୍ରାର୍ଥୀଙ୍କ ନାମ ଯିବା ସତ୍ବେ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଆଦିବାସୀ ନତୋ ମକରନ୍ଦ ମୁଦୁଲୀ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ବ୍ୟତୀତ ପୂର୍ଣ ଚନ୍ଦ୍ର ମାଝୀ, ଆଦିବାସୀ ମହାସଂଘ ସଭାପତି ଆପଲ ସ୍ବାମୀ କାଡ୍ରକୋ, ଜିଲ୍ଲା ଆଦିବାସୀ ସେଲ୍ ସଭାପତି ରାବଲା ମାଝୀ, ଲିଲେ ମାଝୀ ଦୌଡରେ ଅଛନ୍ତି। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲୀ ବିଜେଡି ପ୍ରାର୍ଥୀ ହିମିରିକାଙ୍କ ନିକଟରୁ ମାତ୍ର ୭୨୯୬ ଭୋଟରେ ପରାଜିତ ହୋଇଥିଲେ।

ବିଜେପି ମଧ୍ୟ ୨୦୧୯ ନିର୍ବାଚନରେ ରାୟଗଡା ଆସନ ହାସଲ କରିବାକୁ ଯୋଜନା ଚଳାଇଛି। ଜିଲ୍ଲା ବିଜପେି ସଭାପତି ଶିବ ଶଂକର ଉଲ୍ଲାକାଙ୍କ ସମତେ କାଳୀରାମ ମାଝୀ, ବସନ୍ତ ଉଲ୍ଲାକାଙ୍କ େନତୃତ୍ବରେ ଦଳ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି। ଜିଲ୍ଲା ସଭାପତି ଶିବ ଉଲ୍ଲାକା ବିଷମକଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ଚୂଡାନ୍ତ ପରେ କାଳୀରାମ ମାଝୀ ଓ ବସନ୍ତ ଉଲ୍ଲାକା ଟିକେଟ୍ ଦୌଡରେ ରହିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ               ଭୋଟ
ବିଜେଡି     ଲାଲ୍ ବିହାରୀ ହିମିରିକା     ୬୯୨୬୯
କଂଗ୍ରେସ    ମକରନ୍ଦ ମୁଦୁଲୀ            ୬୧୩୪୩
ବିଜେପି     କାଳୀରାମ ମାଝୀ           ୧୭୩୫୯
ବିଏସପି     ଭାସ୍କର ମୁଟିକା             ୬୦୩୭
ଏନସିପି      ଶଂକର ବିଡିକା           ୩୮୭୭
ସ୍ବାଧୀନ      କୃଷ୍ଣ ହୁଇକା               ୨୮୨୭
ନୋଟା       ……                      ୬୯୦୦

ସମ୍ବନ୍ଧିତ ଖବର