ରାୟଗଡ଼ା (ଶିବ ପ୍ରସାଦ ଦୋରା): ଦୁଷ୍କର୍ମ ମାମଲାରେ ଆଜି ରାୟଗଡା ପୋକ୍ସୋ କ‌ୋର୍ଟରେ ହାଜର ହୋଇଛନ୍ତି ଆଜାଦ ଓରଫ ଡୁନା କେଶବ ରାଓ। ୨୦୧୩ ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଥାନାରେ ଜଣେ ନାବାଳିକା ମାଓନେତା ଆଜାଦ ଏବଂ ତାଙ୍କର କିଛି ସାଥି ତାଙ୍କୁ ଯୋରଜବରଦସ୍ତି ଘରୁ ଟେକିନେଇ ଜଙ୍ଗଲକୁ ନେଇ ବନ୍ଧୁକମୁନରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଆଜି ଏହି ମାମଲାରେ ଅତିରୀକ୍ତ ଦୌରାଜଜ୍ ତଥା ପୋକ୍ସ କୋର୍ଟର ସ୍ବତନ୍ତ୍ର ଜଜ୍ ସ୍ବେତା ମିଶ୍ର ଆଜାଦଙ୍କ ଓକିଲ ଦାଖଲ କରିଥିବା ପିଟିସନକୁ ନାକଚ କରିବା ସହ ଖା‌ରଜ କରିଦେଇଛନ୍ତି । ଏହି ମାମଲାର ପରବର୍ତ୍ତି ଶୁଣାଣି ୨୭/୦୨/୨୦୨୬ରେ ହେବ ବୋଲି ପୋକ୍ସ କୋର୍ଟର ସ୍ବତନ୍ତ୍ର ପିପି ବିରଜା ପାତ୍ର ପ୍ରକାଶ କରିଛନ୍ତି।

Advertisment

ସୂଚନାଯୋଗ୍ୟଯେ କିଛଦିନ ତଳେ ଆତ୍ମସମର୍ପଣ କରିଥିବା ନିଖିଲ ଓରଫ ନିରଞନ ରାଉତ ମଧ୍ୟ ସେତେବେଳେ ବନ୍ଧୁକମୁନରେ ନାବାଳିକାଙ୍କୁ ଦୁ‌ଷ୍କର୍ମ କରିଥିବା ନାବାଳିକା ଅଭିଯୋଗ କରିଥିଲେ। ବିଷମକଟକ ଥାନାରେ ୨୫/୦୪/୨୦୧୩ ତାରିଖରେ ହୋଇଥିବା ଏଫଆଇଆର‌ରେ ନାବାଳିକା ଜଣଙ୍କ ତାଙ୍କୁ ଏକ ବର୍ଷ ପୂର୍ବରୁ ମୁଁ ଘରେ ଶୋଇଥିବା ସମୟରେ ନିଖିଲ, ଆଜାଦ, ସାଗର, ମିଟୁ, ସାଧୁ, ସୁବାଷ ଏବଂ ଅନ୍ୟ ନକ୍ସଲମାନେ  ବଳପୂର୍ବକ ଉଠାଇନେଲେ। ନାବାଳିକା ବିରୋଧ କରିବାରୁ ନକ୍ସଲମାନେ ତାଙ୍କୁ ବନ୍ଧୁକ ଦେଖାଇ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ଏବଂ ଅନିଛା ସତ୍ବେ ବିଭିନ୍ନ ସ୍ଥାନରେ ଧର୍ଷଣ କରିଥିଲେ। ଏହା ପରେ ନକ୍ସଲମାନେ ନାବାଳିକାଙ୍କୁ ଚନ୍ଦ୍ରପୁର, ଫୁଲବାଣୀ, ଗଜପତି, କର୍ଲାଘାଟି ଓ ନିୟମଗିରି ଜଙ୍ଗଲରେ ଜବରଦସ୍ତି ରଖିଥିଲେ।

ଆହୁରି ପଢ଼ନ୍ତୁ: Child: ସରକାରୀ ଯୋଜନା ସତ୍ତ୍ବେ କର୍ଣ୍ଣାଟକରେ ୪.୮ ଲକ୍ଷ ଶିଶୁ କୁପୋଷଣର ଶିକାର

ତେବେ ଏତଲା ଦେବାର ପ୍ରାୟ ୧୫ଦିନ ପୂର୍ବରୁ ନାବାଳିକା ଜଣକ କୌଶଳକ୍ରମେ ସେମାନଙ୍କ କବଳରୁ ଖସି ଆସି ନିଜ ଗାଁରେ ଲୁଚି ରହିଥିଲେ ଏବଂ ପରେ ସାହସ କରି ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତି କରି ବିଷମକଟକ ପୁଲିସ କେସ ନଂ ୪୩/୨୦୧୩ରେ ଆଇପିସି ୩୬୩/୩୬୬(ଏ),/୩୭୬(ଜି),୫୦୬/୩୪, ଆର୍ମସ ଆକ୍ଟ ୨୫/୨୭ ଏବଂ ପକସୋ ଆକ୍ଟ ୪/୮ରେ ମାମଲା ରୁଜୁ କରିଥିଲେ। ସେତେବେଳେ ଏହି ମାମଲାରେ ଆଜାଦଙ୍କ  ସମେତ ନିଖିଲ ଓରଫ ନିରଞନ ରାଉତ,ସୁବାଷ ଓରଫ ଆପାରାଓ ମାଝି, ନିକିତା ଓରଫ ମିନିତା ମାଝି ଓ ଶାରଦା ନାରଙ୍ଗାକା ନାମରେ ବିଷମକଟକ ଥାନା ଏସ ଆଇ ତଦନ୍ତ କରି ଏମାନଙ୍କ ବିରୋଧରେ ଜାମିନବିହିନ ୱାରଣ୍ଟ ଜାରି କରିବା ପାଇଁ ନିବେଦନ କରିଥିଲେ। ନିଖିଲ ୨ ଦଶନ୍ଧି ଧରି ବିଭିନ୍ନ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ରହି ନିକଟରେ ଆତ୍ମସମର୍ପଣ କରି ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ। ଏବେ ଦୀର୍ଘ ୧୩ ପରେ ଦୁଷ୍କର୍ମ ମାମଲାରେ ପୋକ୍ସ କୋର୍ଟରେ ତାଙ୍କ ନାମ ଆସିଥିବାରୁ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।