ଜିଲ୍ଲାରେ ଆଜି ୯୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ୭ ଦିନ ପାଇଁ ରାୟଗଡ଼ାକୁ ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
ରାୟଗଡ଼ା: ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସଚେତନତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଆଜି ରାୟଗଡ଼ ଜିଲ୍ଲାରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଳାକୁ ଏକ ସପ୍ତାହ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ଚିହ୍ନଟ ହୋଇଥିବା ୯୬ ଜଣଙ୍କୁ ଜିଲ୍ଲା କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା ଜାଣିବାକୁ ମିଳିଛି। ଜିଲ୍ଲାପାଳ କାଲିଠାରୁ ୨୯ ତାରିଖ ଯାଏ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତକାଲି ରାୟଗଡ଼ାରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ରାୟଗଡ଼ା ଜିଲ୍ଲାରୁ ଗତ ୧୬ ତାରିଖରେ ୫୧୨ଜଣଙ୍କର ନମୁନା ପରୀକ୍ଷା ନିମନ୍ତେ ଭୁବନେଶ୍ବରର ଆର୍ଏମ୍ଆର୍ସିକୁ ପଠାଯାଇଥିଲା। ସେଥିରୁ ୪୫୦ ଜଣଙ୍କ ଫଳାଫଳ ଆସି ଯାଇଛି, ଯେଉଁଥିରୁ କି ୩୬୪ ଜଣଙ୍କର ନମୁନା ନେଗେଟିଭି ଆସିଥିବା ବେଳେ ୮୬ ଜଣଙ୍କର କୋରୋନା ପଜିଟିଭ ଆସିଛି। ବାକି ୧୦ଜଣଙ୍କର ନମୁନା ସ୍ଥାନୀୟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପରୀକ୍ଷାଗାରରେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଜଣାଇଛନ୍ତି ।