ରାୟଗଡ଼ା: ଦକ୍ଷିଣ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ତଥା ରାୟଗଡ଼ାସ୍ଥିତ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ଶୁକ୍ରବାର ୪୨ଲକ୍ଷ ୪୦ହଜାର ୩୩୨ଟଙ୍କା ମିଳିଛି। ସେହିଭଳି ହୁଣ୍ଡିରୁ ୫ଲକ୍ଷ ୭ହଜାର ଅଚଳ ନୋଟ୍ ମିଳିଛି। ମନ୍ଦିର ଟ୍ରଷ୍ଟି ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ମନ୍ଦିର ହୁଣ୍ଡି ଖୋଲାଯାଇଛି ବୋଲି ମଝିଘରିଆଣୀ ଟ୍ରଷ୍ଟି ମୁଖ୍ୟ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି। ତିନି ମାସ ପରେ ହୁଣ୍ଡି ଖୋଲା ଯାଇଛି ବୋଲି ସେ କହିଛନ୍ତି। ଶ୍ରଦ୍ଧାଳୁମାନେ ଗତ ତିନି ମାସ ଭିତରେ ୭୬ ଗ୍ରାମ ସୁନା, ୧କିଲୋ ୭୨୪ଗ୍ରାମ ରୂପା ଦାନ କରିଛନ୍ତି। ହୁଣ୍ଡିରୁ ମିଳିଥିବା ଟଙ୍କା, ସୁନା ଓ ରୂପାକୁ ସ୍ଥାନୀୟ ଉତ୍କଳ ଗ୍ରାମ୍ୟରେ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଚଳ ନୋଟ୍ ଦେବୀଙ୍କୁ ଦାନ
୨୦୧୬ ନଭେମ୍ବର ୮ରେ ଏନଡିଏ ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ବିମୁଦ୍ରାୟନ ଆଣିବା ପରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆକୁ ଅଚଳ କରି ଦିଆଯାଇଥିଲା। ସରକାରଙ୍କ କଟକଣା ଯୋଗୁଁ ଲୋକମାନେ ୪୦୦୦ଟଙ୍କାରୁ ଅଧିକ ବ୍ୟାଙ୍କରେ ବିନିମୟ କରିପାରି ନପାରିବାରୁ ଲୋକଙ୍କ ପାଖରେ ବହୁ ଟଙ୍କା ରହି ଯାଇଥିଲା। ଅଚଳ ଟଙ୍କା ମଧ୍ୟରୁ କିଛି ପରିମାଣରେ ମନ୍ଦିର ହୁଣ୍ଡି ମାନଙ୍କରେ ପଡ଼ିଛି। ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ଶୁକ୍ରବାର ୫ଲକ୍ଷ ୭ହଜାର ଟଙ୍କା ଅଚଳ ନୋଟ୍ ମିଳିଥିବା ବେଳେ ଗତ ଜୁଲାଇରେ ୧୧ଲକ୍ଷ ଟଙ୍କା ଅଚଳ ନୋଟ୍ ମିଳିଥିଲା।