ରାୟଗଡ଼ା: ୧୦ କିଲିଆ ବଜ୍ରକାପ୍ତା ଉଦ୍ଧାର: ୫ ଚୋରା ଚାଲାଣକାରୀ ଗିରଫ

ଗୁଣୁପୁର: ଶନିବାର ରାତିରେ ଗୁଣୁପୁରରୁ ଭୁବନେଶ୍ୱର ଯାଉଥିବା ଗୋଟିଏ କାର୍‌ରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ୫ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି।

ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାର ଓଜନ ୧୦ କି. ଗ୍ରା. ୫୦୦ ଗ୍ରାମ୍‌।

ଗିରଫ ୫ ଜଣଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପୁରୁଷ ଓ ୨ ଜଣ ମହିଳା। ସେମାନଙ୍କ ଘର ପୁରୀ ଓ ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡ଼ିଛି।
କାର୍‌ରେ ବଜ୍ରକାପ୍ତା ଯାଉଥିବା କଥା କୌଣସି ସୂତ୍ରରୁ ଖବର ପାଇ ପାଟ୍ରୋଲିଙ୍ଗ୍‌ କରୁଥିବା ପୁଲିସ ଯାନବାହନ ଯାଞ୍ଚ କରିବା ବେଳେ ଏହି କାର୍‌ରୁ ଜୀବନ୍ତ ବଜ୍ରକାପ୍ତାଟିଏ ପାଇଥିଲେ।

ପୁଲିସ ସମ୍ପୃକ୍ତ ୫ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ଟି ମୋବାଇଲ୍‌ ଫୋନ୍‌ ଏବଂ କାର୍‌ଟି ଜବତ କରିଛି।

ବଜ୍ରକାପ୍ତାଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ସେମାନେ ତାହାକୁ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର