ବିଷମକଟକ(ଶିବ ପ୍ରସାଦ ଦୋରା): ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବାରିଗୁଡ଼ା ଗ୍ରାମର ଗଙ୍ଗାଧର କୌଶଲ୍ୟା ନାମକ ଜଣେ ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନହିତ ମାମଲାକୁ ଖାରଜ କରିବା ସହ ଭିତ୍ତିହୀନ ଅଭିଯୋଗ କରିଥିବା ନେଇ ଅଭିଯୋଗକାରୀଙ୍କୁ ୨୫ ହଜାର ଟଙ୍କା ୨ ସପ୍ତାହ ମଧ୍ୟରେ ଜମା କରିବା ପାଇଁ ନିର୍ଦେଶ ଦେଇଛନ୍ତି। ନ୍ୟାୟ ପ୍ରଣାଳୀର ଦୁର୍ବ୍ୟବହାର ପାଇଁ ଏପରି ଅନେକ ଜନହିତ ମାମଲା ବ୍ୟକ୍ତିଗତ ସ୍ୱାର୍ଥ ପୂରଣ ପାଇଁ ହେଉଛି ବୋଲି ନ୍ୟାୟାଳୟ ଗୁରୁତ୍ୱ ଦେଇ କହିଛନ୍ତି।
ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ନ୍ୟାୟାଧୀଶ ମୁରାହରି ଶ୍ରୀରମଣଙ୍କ ବେଞ୍ଚ ସ୍ପଷ୍ଟ କରିଛିନ୍ତି ଯେ, ଜନହିତ ମାମଲା ଦ୍ୱାରା ବ୍ୟକ୍ତିଗତ ଅସନ୍ତୋଷ ଓ ସ୍ୱାର୍ଥ ସାଧନ କରିବା ଉଚିତ ନୁହେଁ। ଶୁଣାଣିରେ ଉପସ୍ଥାପନା କରାଯାଇଥିବା ପ୍ରମାଣ ସବୁକୁ ଅଦାଲତ ପ୍ରମାଣ ସ୍ୱରୁପ ଗ୍ରହଣ କରିନଥିବା ସହ ଦାଖଲ ହୋଇଥିବା ମାମଲା ଭିତିହିନ ବୋଲି ଦର୍ଶାଇଛନ୍ତି। ଆହୁରି ମଧ୍ୟ ଏହି ଜନସ୍ୱାର୍ଥ ମାମଲାରେ କୌଣସି ପ୍ରକାର ଜନହିତକର ଉଦ୍ଦେଶ୍ୟ ନଥିଲା ବରଂ ଅଭିଯୋଗକାରୀ ଏହି ମାଧ୍ୟମରେ ନ୍ୟାୟ ପ୍ରଣାଳୀକୁ ପ୍ରମାଣ ଆହରଣ ପାଇଁ ବ୍ୟବହାର କରୁଥିବା ର ଏକ ଚେଷ୍ଟା ବୋଲି ଟିପଣୀ କରିଛନ୍ତି। ଏପରି ପ୍ରବୃତ୍ତିକୁ ବାରଣ କରିବା ପାଇଁ ନ୍ୟାୟାଳୟ ମାମଲା ଖାରଜ କରି ଆବେଦନକାରୀଙ୍କ ଉପରେ ଜୋରିମାନ ସ୍ୱରୁପ ୨୫ହଜାର ଟଙ୍କା ୨ ସପ୍ତାହ ମଧ୍ୟରେ ଜମା କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ଶୁଣାଣିରେ ଉପସ୍ଥାପନା କରାଯାଇଥିବା ପ୍ରମାଣ ସବୁକୁ ଅଦାଲତ ପ୍ରମାଣ ସ୍ୱରୁପ ଗ୍ରହଣ କରିନଥିବା ସହ ଦାଖଲ ହୋଇଥିବା ମାମଲା ଭିତିହିନ ବୋଲି ଦର୍ଶାଇଛନ୍ତି। ଆହୁରି ମଧ୍ୟ ଏହି ଜନସ୍ୱାର୍ଥ ମାମଲାରେ କୌଣସି ପ୍ରକାର ଜନହିତକର ଉଦ୍ଦେଶ୍ୟ ନଥିଲା ବରଂ ଅଭିଯୋଗକାରୀ ଏହି ମାଧ୍ୟମରେ ନ୍ୟାୟ ପ୍ରଣାଳୀକୁ ପ୍ରମାଣ ଆହରଣ ପାଇଁ ବ୍ୟବହାର କରୁଥିବା ର ଏକ ଚେଷ୍ଟା ବୋଲି ଟିପଣୀ କରିଛନ୍ତି।
ପ୍ରକାଶ ଥାଉକି ଏହି ଜନସ୍ୱାର୍ଥ ମାମଲାରେ ସରକାର, ରାୟଗଡା ଜିଲ୍ଲାପାଳ, ବିଷମକଟକ ବିଡ଼ିଓ, ଯନ୍ତ୍ରୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମନରେଗା ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ଓ ଅର୍ଥ ହେରଫେରର ଅଭିଯୋଗ ନେଇ ଏହା କରାଯାଇଥିବା କୁହାଯାଉଛି। ତେବେ ଅଦାଲତ ମାମଲା ଖାରଜ କରି ଜିଲ୍ଲା ପ୍ରଶାସନଙ୍କ ପକ୍ଷରେ ରାୟ ପ୍ରକାଶ କରିଥିବା ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ସୂଚନା ଦେଇଛନ୍ତି। ତେବେ ନ୍ୟାୟାଳୟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରୁଥିବା ଓ ଆଧାର ବିହୀନ ଅଭିଯୋଗ ସବୁ ପାଇଁ ଅଦାଲତ ମାମଲା କୁ ଖାରଜ କରିଥିବା ବିଷୟ ବିଷମକଟକ ବ୍ଲକ ସମେତ ଜିଲ୍ଲା ବ୍ୟାପି ବିଭାଗୀୟ କର୍ମଚାରୀଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଚର୍ଚାରେ ବିଷୟ ପାଲଟିଛି।
Orissa High Court | Cuttack | Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/15/ctc-2025-10-15-22-17-29.jpg)