ଜୁଆ ଆଡ୍ଡା ଚଢାଉ, ଜଣେ ଗିରଫ, ୩ବାଇକ୍‌ ଜବତ

ଗୁଣପୁର: ଗୁଣପୁର-ପୁଟାସିଂ ରାସ୍ତାର ଏକ କାଜୁ ବାଡରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ଗୁଣପୁର ପୁଲିସ ଜଣେ ଜୁଆଡିଙ୍କୁ ଗିରଫ କରିଛି। ସେହିପରି ଜୁଆ ଆଡ୍ଡାରୁ ପୁଲିସ ନଗଦ ୬୭ହଜାର ୫ଶହ ଟଙ୍କା, ୩ଟି ବାଇକ୍‌ ଓ ୨ଟି ମୋବାଇଲ ଜବତ କରିଛି।

ସୂଚନା ଅନୁଯାୟୀ, ଗୁଣପୁର-ପୁଟାସିଂ ରାସ୍ତାର ଏକ କାଜୁବାଡରେ ଦୀର୍ଘ ଦିନ ହେଲା ଜୁଆ ଖେଳ ଚାଲି ଆସୁଥିଲା। ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଆଜି ଗୁଣପୁର ଥାନା ଏସ୍‌ଆଇ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢାଉ କରିଥିଲା। ଚଢାଉ ସମୟରେ ପୁଲିସ ଜଣେ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଥିଲେ। ପୁଲିସ ଏହି ଜୁଆ ଆଡ୍ଡାରୁ ନଗଦ ୬୭ହଜାର ୫ଶହ ଟଙ୍କା, ୨ଟି ମୋବାଇଲ, ୩ଟି ବାଇକ୍‌, ୩୦ପ୍ୟାକେଟ ତାସ ଓ ୨ବସ୍ତା ଚପଲ ଜବତ କରିଥିଲା। ଫେରାର ଥିବା ଜୁଆଡିଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି।  ଗିରଫ ବି. ଜଗି ନାଇଡୁ ଏହି ଜୁଆ ଆଡ୍ଡାର ମୁଖ୍ୟ ବୋଲି ଗୁଣପୁର ଥାନା ଅଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର