ସମ୍ବଲପୁର: ହୀରାକୁଦ ନଦୀବନ୍ଧର ସ୍ପିଲୱେ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଥଇଥାନ କରିବାକୁ ସରକାରଙ୍କ ପକ୍ଷରୁ ଡେଙ୍ଗିମଚା ଅଞ୍ଚଳରେ ଯେଉଁ ଜାଗା ଚିହ୍ନଟ କରାଯାଇଛି ତାକୁ ନେଇ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଯେଉଁସ୍ଥାନରେ ବିସ୍ଥାପିତଙ୍କ ପାଇଁ ଘର କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି, ଉକ୍ତସ୍ଥାନ ପୂର୍ବରୁ କିଛି ଲୋକଙ୍କ ଦଖଲରେ ରହିଛି। ଡେଙ୍ଗିମଚାର ଭୁତୁଲୁ ଖଡିଆ, ସୁରେଶ ଖଡିଆ ଓ ସୁଦର୍ଶନ ଖଡିଆଙ୍କ କହିବା ମୁତାବକ, ଗତ ୪୫ ବର୍ଷ ହେଲା ସେମାନେ ଏହି ସରକାରୀ ଜମିରେ ଚାଷବାସ କରିଆସୁଥିବା ବେଳେ ସ୍ଥାୟୀ ପଟ୍ଟା ପାଇଁ ଆବେଦନ ମଧ୍ୟ କରିଛନ୍ତି। ନିର୍ବାଚନ ସରିବା ପରେ ପଟ୍ଟା ମିଳିବ ବୋଲି ତହସିଲଦାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିବା ସେମାନେ କହିଛନ୍ତି। କିନ୍ତୁ ଉକ୍ତ ସ୍ଥାନରେ ଘର ନିର୍ମାଣ ଦାୟିତ୍ବ ନେଇଥିବା କଣ୍ଟ୍ରାକ୍ଟର ବିନା କୌଣସି ନୋଟିସ୍ରେ ଉକ୍ତ ସ୍ଥାନରେ ମାଟି ପକାଇବା ସହ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଗଛ କାଟି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ହୀରାକୁଦ ବିସ୍ଥାପିତଙ୍କ ଥଇଥାନକୁ ନେଇ ନୂଆ ବିବାଦ
/sambad/media/post_attachments/wp-content/uploads/2019/05/sbp31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)