ରାୟଗଡ଼ାରେ ସେକ୍ସ ରୢାକେଟ୍ : ୬ ଗିରଫ

ରାୟଗଡା : ରାୟଗଡା ସାଇପ୍ରିୟା ନଗରର ଏକ ଭଡ଼ା ଘରେ ଚାଲିଥିବା ସେକ୍ସ ରୢାକେଟକୁ ଟାଉନ୍ ଥାନା ପୁଲିସ୍ ଠାବ କରିଛି। ମାମଲାରେ ପୁଲିସ୍ ଜଣେ ଦେହଜୀବୀକୁ ଉଦ୍ଧାର କରିବା ସହ ରୢାକେଟର କିଙ୍ଗିପିନ୍ ସମେତ ୬ ଜଣଙ୍କୁ ଗିରଫ କରିଛି। ଉଦ୍ଧାର ଯୁବତୀକୁ ପୁଲିସ୍ ସ୍ବଧାର ଗୃହକୁ ପଠାଇ ଦେଇଥିବା ବେଳେ ଗିରଫ ସିଏଚ୍. ଚନ୍ଦନ କୁମାର ଚୌଧୁରୀ, ଅମିତ୍ କୁମାର ଲାୟା, ବୀରେନ୍ କୁମାର ଲାୟା, ଦୁଃଖିଶ୍ୟାମ କର, ଜଗନ୍ନାଥ ନାୟକ, ଶିବରାମ ଡାକୁଆକୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି।

ଏଥିସହ ମାମଲାରେ ସଂପୃକ୍ତ ଇଣ୍ଡିଗୋ କାର୍, ୭ଟି ମୋବାଇଲ୍, ୩୭ ହଜାର ୪୪୦ ଟଂକା ଏବଂ ବିଭିନ୍ନ ଆପତ୍ତି ଜନକ ସାମଗ୍ରୀକୁ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି।

ପୁଲିସ୍ ସୂଚନାନୁଯାୟୀ, ଗତ ୧୩ ତାରିଖ ବିଳମ୍ବିତ ରାତିରେ ସାଇପ୍ରିୟା ନଗରରେ ସେକ୍ସ ରୢାକେଟ୍ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣା ପଡିବା ପରେ ଚଢ଼ାଉ କରାଯାଇଥିଲା।

ସମ୍ବନ୍ଧିତ ଖବର