ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଡେରିଙ୍ଗା ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣପାଡୁ ଗ୍ରାମର ରାଧାରାଣୀ ମହାନ୍ତିଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରାଧାରାଣୀ ମହାନ୍ତି ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ତେଣୁ ଗତ ୧୭ତାରିଖରେ ରାଧାରାଣୀ ଘରେ ତାଲା ପକାଇ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ଓ ପରେ ଭୁବନେଶ୍ବର ମେଡିକାଲ ଯାଇଥିଲେ। କିନ୍ତୁ ଆଜି ସକାଳୁ ରାଧାରାଣୀ ଫେରିବା ବେଳକୁ ଘର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ସେହିପରି ଘର ଭିତରେ ଥିବା ଆଲମିରାରୁ ନଗଦ ୩ହଜାର ଟଙ୍କା ସହ ୧୨ତୋଳା ସୁନା ଓ ୨୦ତୋଳା ରୁପା ଗହଣା ଚୋରି ହୋଇଥିବା ରାଧାରାଣୀ ଜାଣିବାକୁ ପାଇଥିଲେ। ଏନେଇ ଆଜି ରାଧାରାଣୀ ଗୁଡାରି ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ଉଦୟ ନାଥ ସେଠୀ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନୁସନ୍ଧାନୀ କୁକୁର ଦ୍ବାରା ତଦନ୍ତ କରାଯାଇଛି। ଅତି ଶୀଘ୍ର ଚୋରଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଏନେଇ ଗୁଡାରି ଥାନାରେ କେଶ୍ ନଂ-୬୬/୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ଲକ୍ଷାଧିକ ଟଙ୍କାର ଗହଣା ଚୋରି
/sambad/media/post_attachments/wp-content/uploads/2018/11/Gold-Ornaments.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)