ରାୟଗଡ଼ା : ରାୟଗଡ଼ା ପୁଲିସକୁ ମିଳିଛି ସଫଳତା। ଏକ ଡକାୟତ ଗ୍ୟାଙ୍ଗ୍ର ୪ଜଣଙ୍କୁ ପୁଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଛି। ଏହି ୪ଜଣ ଅଭିଯୁକ୍ତ ଗତ ଦିନରେ ଦୁଇଟି ସ୍ଥାନରୁ ଟଙ୍କା ଲୁଟ୍ କରିଥିବା ବେଳେ ଏହି ଗ୍ୟାଙ୍ଗ୍ରେ ଆଉ କିଏ ସଂପୃକ୍ତ ଅଛି ସେନେଇ ପୁଲିସ ଅଧିକ ପଚରାଉଚୁରା କରୁଛି ।
ସୂଚନା ଅନୁଯାୟୀ, ଚଳିତ ମାସ ୨୩ତାରିଖ ରାତିରେ ରାଣୀଗୁଡ଼ା ଫାର୍ମର ୧୨ ନମ୍ବର ଲାଇନ୍ରେ ରହୁଥିବା ଦୟାଦାନ ପାସପୁରେଡ୍ଡିଙ୍କ ଠାରୁ କିଛି ଦୁର୍ବୃତ୍ତ ବଂଶୀ କ୍ରିଷ୍ଣା ଫଙ୍କସନ୍ ହଲ ନିକଟରୁ ୧୭ଶହ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ସେହିପରି ରାୟଗଡ଼ା ଉଦ୍ୟାନକୃଷି ବିଭାଗର ଆସିଷ୍ଟାଣ୍ଟ ଡେପୁଟି ଡାଇରେକ୍ଟର ଜଗନ୍ନାଥ ବିନ୍ଧାଣୀଙ୍କ ଘରୁ କିଛି ଦୁର୍ବୃତ୍ତ ୧ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ କରିଥିଲେ। ଉଭୟ ଲୁଟ୍ ଘଟଣାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା । ଶେଷରେ ପୁଲିସ ଏହି ଡକାୟତ ଗ୍ୟାଙ୍ଗ୍ର ୪ଜଣଙ୍କୁ ଗିରଫ କରିବା ସହ ୧୦ ହଜାର ଟଙ୍କା ଜବତ କରିଛି। ଉଭୟ ଲୁଟ୍ ମାମଲାରେ ପୁଲିସ ରାୟଗଡ଼ା ଥାନା ଅଞ୍ଚଳର ତ୍ରିନାଥ ମାଝୀ, ଗୌତମ ବିଡିକା, ଅଜୟ କୁମାର ମହାପାତ୍ର ଓ ସିକୁ ଦାଶଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଲୁଟ୍ ଘଟଣାରେ ଆଉ କିଏ ସଂପୃକ୍ତ ରହିଛି ଏବଂ ଲୁଟ୍ ଟଙ୍କା ସବୁ କେଉଁଠି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-27-at-18.31.02.jpeg)