ଶିରିପୁର ହାଇସ୍କୁଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଶିରିପୁର ବାଳକା ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ କବିତା ହିକକା (୧୩)ଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୬ଟାରେ କବିତା ପ୍ରାର୍ଥନା ସାରି ନିଜ ପୋଷାକ ଶୁଖାଇବାକୁ ଯାଇଥିଲା। ଏହାର କିଛି ସମୟ ପରେ ଜଣେ ସହପାଠୀ ଆସି ଏଏନଏମଙ୍କୁ କବିତା ସଂପର୍କରେ ସୂଚନା ଦେଇଥିଲା। ଖବର ପାଇ ଏଏନଏମ ପହଞ୍ଚିବା ବେଳକୁ ସେ ଅଚେତ ହୋଇ ପଡିଥିଲା। ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଛାତ୍ରୀଙ୍କ ଉଭଣୀ କରିସ୍ମା ହିକାକାଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଛନ୍ତି।

ଦିନ ସରା ସେ ସ୍ୱାଭାବିକ ଥିଲା। ଖେଳକୁଖ କରିବା ସହ ଠିକ୍‌ ରୂପେ କଥାବାର୍ତା ହେଉଥିଲା। ହଠାତ୍‌ ସଂଧ୍ୟାରେ ତଳେ ପଡି ଯାଇଥିଲା। ଭୂତପ୍ରେତ ଯୋଗୁଁ ଏମିତି ହୋଇଥିବା ଅନ୍ୟ ଛାତ୍ରୀମାନେ ସନ୍ଦେହ କରୁଛନ୍ତି। ଖବର ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ କପିଳେଶ୍ୱର ବେହେରା, ଏସଆଇ ଦୀପ୍ତିରଞ୍ଜନ ସାହୁ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଥିଲେ। ଥାନା ଅଧିକାରୀ ମେଡିକାଲରେ ଡାକ୍ତର ଓ ବିଦ୍ୟାଳୟର ୱାଡେନଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ପୁଣି ବିଦ୍ୟାଳୟକୁ ଯାଇଥିଲେ। ଏ ସଂପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ବର୍ତ୍ତମାନ ଘଟଣାର ତଦନ୍ତ ଚାଲୁଛି। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଠାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଘଟଣା ସଂପର୍କରେ ଖବର ପାଇ ମୃତ ଛାତ୍ରୀଙ୍କ ପରିବାର ସଦସ୍ୟ ଏଠାରେ ଆସି ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର