ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଥା ଡଙ୍ଗାସିଲ ଥାନା ଅନ୍ତର୍ଗତ ବଦଳଝର ଗାଁର ଜଣେ ନାବାଳିକାଙ୍କ ଶବ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ୧୪ ତାରିଖରୁ ନିଖୋଜ ହୋଇଯାଇଥିଲେ। ଆଜି କଲ୍ୟାଣସିଂହପୁର ସୀମାନ୍ତ ଜଙ୍ଗଲରେ ନାବାଳିକାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ନାବାଳିକା ସହ ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଗଛରେ ଶବ ଝୁଲାଇ ଦିଆଯାଇଥିବା କୁହାଯାଉଛି। କଲ୍ୟାଣସିଂହପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଡଙ୍ଗାସିଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଦୁଇ ଜଣ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରୁଥିବା ଏଏସପି ୱାଇ ଜଗନ୍ନାଥ ରାଓ ସୂଚନା ଦେଇଛନ୍ତି।
ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା!
/sambad/media/post_attachments/wp-content/uploads/2018/02/images-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)