ରାୟଗଡ଼ା: କମେଣ୍ଟ ମରାକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲାର ଅରବିନ୍ଦ ନଗର ଓ କଳାହାଣ୍ଡିପଡ଼ା ଗାଁର ୨ ଗୋଷ୍ଠୀଙ୍କ ମଧ୍ୟରେ ଗୁରୁବାର ତୀବ୍ର ଉତ୍ତେଜନା ଦେଖାଯାଇଛି। ଏହି ଘଟଣାରେ ଜଣେ ଲୋକ ଆହତ ହେବା ପରେ ଘଟଣାସ୍ଥଳରେ ୧ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ସୂଚନା ଅନୁସାରେ କଳାହାଣ୍ଡିପଡ଼ାର ଉତ୍ତେଜିତ ଲୋକେ ଆଜି ଅରବିନ୍ଦ ନଗରରେ ପଶି ଜଣେ ଲୋକଙ୍କ ଘର ଭାଙ୍ଗିଛନ୍ତି। ଉତ୍ତେଜିତ ଲୋକଙ୍କ ଆକ୍ରମଣରେ ଜଣେ ଆହତ ହେବା ପରେ ପୁଲିସକୁ ସୂଚନା ମିଳିବାରୁ ସେଠାରେ ଏକ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ପୁଲିସର ନିୟନ୍ତ୍ରଣରେ ରହିଛି ବୋଲି ସୂଚନା ମିଳିଛି।
ରାୟଗଡ଼ା: କମେଣ୍ଟ ମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା, ଜଣେ ଆହତ, ୧ ପ୍ଲାଟୁନ ପୁଲିସ ମୁତୟନ
/sambad/media/post_attachments/wp-content/uploads/2018/11/Jammu_and_Kashmir_police_PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)