ବିଷମକଟକ: ଭାରସାମ୍ୟ ହରାଇ ବ୍ରିଜତଳକୁ ଖସି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ଆଜି ସକାଳୁ ସକାକୁ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକୋଣାଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଅମ୍ବାଦଳା ଅଞ୍ଚଳର ସରାବାଲି ଗ୍ରାମର ସୀମାଞ୍ଚଳ ଟାକିରି ନାମକ ଜଣେ ଯୁବକଙ୍କ ବ୍ରିଜ ଉପରୁ ଖସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସେ ନିଜ ଶଶୁର ଘର ବାରିଗୁଡାକୁ ଏକ ବାଇକରେ ଯାଉଥିବା ବେଳେ ମଶାଣି ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲେ। ଏହାଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବିଷମ କଟକ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆଜି ସକାଳୁ ସକାଳୁ ଶବ ଉଦ୍ଧାର କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର କର୍କରା ସୂଚନା ଦେଇଛନ୍ତି।
ଭାରସାମ୍ୟ ହରାଇ ବ୍ରିଜତଳକୁ ଖସି ବାଇକ ଆରୋହୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2021/11/4cb43741-b033-4214-b052-8a7918a59dc2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)