ରାୟଗଡ଼ା: ରାୟଗଡ଼ା ବ୍ୟାଙ୍କ କଲୋନି ପ୍ରଥମ ଲାଇନରେ ବଡ଼ ଧରଣର ଚୋରି ହୋଇଛି। କେନ୍ତାଲି ସାଇ ଶ୍ରୀନିବାସ ରାଓଙ୍କ ଘରେ ଦୁର୍ବୁତ୍ତ କଳା କନା ବୁଲାଇଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ନଗଦ ୯ ଲକ୍ଷ ଟଙ୍କା ସହିତ ୭ ଶହ ୮୦ ଗ୍ରାମ ସୁନା ଲୁଟିନେଲେ ଦୁର୍ବୃତ୍ତ। ଅଭିଯୋଗ ପରେ ଡଗ ସ୍କ୍ୱାଡ ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଗତ ତିନି ଦିନ ହେବ ଘରର ସମସ୍ତ ସଦସ୍ୟ ଘରେ ତାଲା ମାରି ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଘର କବାଟ ଭାଙ୍ଗି ୬ଟି ଆଲମିରାକୁ ତାଡ଼ି ସବୁ କିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣା ରାୟଗଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।