ଗୁଣୁପୁର: କିଛି ମାସର ବ୍ୟବଧାନ ପରେ ଗୁଣୁପୁର ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌଭାଗ୍ୟ ଚନ୍ଦ୍ର ପତିତଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ଶ୍ରୀ ପତିତ କୌଣସି କାର୍ଯ୍ୟରେ ଘରେ ତାଲା ପକେଇ ଗୁଡାରି ଯାଇଥିଲେ। ଆଜି ଭୋର ସମୟରେ ଶ୍ରୀ ପତିତଙ୍କ ପୁଅ ଘରକୁ ଫେରି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଅଧ ତୋଳା ସୁନା, ୬ ତୋଳା ରୁପା, ନଗଦ ୧୭ ହଜାର ଟଙ୍କା ଓ ମଟର ସାଇକେଲ ଚୋରି ହୋଇଥିବା ସୂଚନା ମିଳିଛି। ଗୁଣୁପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ବର୍ତ୍ତମାନ ତଦନ୍ତ ଆରମ୍ଭ କରାଯାଇଛି।

Advertisment

publive-image

ଗତ କିଛି ଦିନ ଧରି ରାୟଗଡ଼ା ସହରରେ ବ୍ୟାପକ ଚୋରି, ଡକାୟତି, ଲୁଟ ଓ ମଦ୍ୟପଙ୍କ ଉତ୍ପାତ ଜାରି ରହିଥିବା ବେଳେ ଏବେ ଗୁଣୁପୁରରେ ଏଭଳି ଘଟଣା ସାଧାରଣ ଲୋକଙ୍କୁ ଚିନ୍ତାରେ ପକେଇଛି। ଲୋକେ ଜରୁରୀ କାର୍ଯ୍ୟରେ ବାହାରକୁ ଗଲା ମାତ୍ରେ ଲୁଟେରା ଏହାର ସନ୍ଧାନ ନେଇ ରାତିରେ ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ଗତ କିଛି ମାସ ହେଲା ରାତ୍ରକାଳୀନ ପେଟ୍ରୋଲିଂ ବ୍ୟବସ୍ଥା ଢିଲା ପଡିଯାଇଥିବା ବେଳେ ପୁଲିସର ଅପରଗତାର ସୁଯୋଗ ନେଇ ଡକାୟତ ଦଳ ସକ୍ରିୟ ହୋଇ ଉଠିଛନ୍ତି।ଏଭଳି କ୍ଷେତ୍ରରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହ ସହରରେ ପ୍ରମୁଖ ସ୍ଥାନଗୁଡିକରେ ସିସି ଟିଭି ଲଗାଯିବାକୁ ସହରବାସୀ ଦାବି କରିଛନ୍ତି।