ଗୁଣି-ଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା!, ପୁରୁଷ ଶୂନ୍ୟ ହେଲା ରାୟଗଡ଼ା ଜିଲ୍ଲାର ଏହି ଗାଁ

ରାୟଗଡ଼ା: ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ସମେତ ଅନ୍ୟ ଜଣ (୭୬ ବର୍ଷିୟ) ବୃଦ୍ଧାକୁ ର୍ନିମମ ଭାବେ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି। ତିନି ଦିନ ତଲେ ଗତ ୨୩ ତାରିଖ ରାତିରେ ଘଟିଥିବା ଏହି ଘଟଣା ପରେ ମଙ୍ଗଳବାର ଗାଁକୁ ଗୁଣପୁର ପୁଲିସ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଦଳ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ରିପୋର୍ଟ ଅନୁସାରେ ଉକୁମ୍ବା ଗୁଡା ବଡ ସାହିରେ ରହୁଥିବା ଗୋପାଳ ଶବର (୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର(୪୦)ଙ୍କୁ ଗତ ୨୪ ତାରିଖ ରାତି ୧୦ଟା ସମୟରେ ଘରୁ ବାହାରକୁ ଟାଣିନେଇ ଗାଁ ଦାଣ୍ଡ ବାବୁ ଦେବତା ପାଖରେ ହତ୍ୟା କରିଥିଲେ। ଗାଁ ଲୋକେଯ ପ୍ରାୟ ୩୦ ରୁ ୪୦ ଲୋକ ଏକାଠି ହୋଇ ଏକ କ୍ରିକେଟ ବ୍ୟାଟରେ ପିଟିପିଟି ହତ୍ୟା କରିଥିବା ମୃତ ଗୋପାଳଙ୍କ ଝିଅ ଶୋବିତା ଶବର କହିଛନ୍ତି। ଏହା ସମେତ ଗାଁର ୭୬ ବର୍ଷର ବୃଦ୍ଧା ଜାଙ୍ଗିଲି ଶବରଙ୍କୁ ମଧ୍ୟ ସେମାନେ ଏହି ଅଭିଯୋଗରେ ହତ୍ୟା କରିଥିବା ଶୋବିତା ଅଭିଯୋଗ କରିଛ।

ପରିବାର ପକ୍ଷରୁ ସୋମବାର ଥାନାରେ ଏତଲା ଦେବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା ଏହି ଘଟଣା ପୁର୍ବରୁ ଗାଁ ରେ ଜଣେ ରୋଗାକ୍ରାନ୍ତ ହୋଇ ମରିଯିବା ପରେ ଗାଁ ଲୋକଙ୍କ ଭିତରେ ଏହି ସନ୍ଦେହ ଜାତ ହୋଇଥିଲା। ଯେଉଁଥି ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ଘଟଣା ଘଟିବା ରାତିରେ ଘରେ ଗୋପାଳ ଶବରଙ୍କ ୧୧ ବର୍ଷିଅ ପୁଅ ଉପସ୍ଥିତ ଥିଲା। ତା’ର ବୟାନକୁ ଭିତ୍ତିକରି ପୁଲିସ ହତ୍ୟା ହୋଇଥିବା ସନ୍ଦେହ କରୁଥିଲେ ମଧ୍ୟ ସେହି ତିନି ଜଣଙ୍କୁ କୌଠି ଲୁଚାଇ ରଖା ଯାଇଛି ନା ସତରେ ପରିବାର ଲୋକ କହିବା ଭଳି ହତ୍ୟା କରାଯାଇଛି ସେନେଇ ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି। ଏଯାଏଁ ପୁଲିସକୁ ଠିକ ପ୍ରମାଣ ମିଳି ପାରି ନାହିଁ। ଗାଁରେ କାଁ ଭାଁ କେତେଜଣ ମହିଳା ଦେଖାଯାଉ ଥିଲେ ହେଁ ପୁରୁଷ ଶୂନ୍ୟ ହୋଇଯାଇଛି।

ସମ୍ବନ୍ଧିତ ଖବର