ଦୁର୍ଘଟଣାରେ ୩ ଜଣ ଆହତ

ରାୟଗଡ଼ା: ସନ୍ଧ୍ୟାରେ ଜେକେପୁର – ରାୟଗଡ଼ା ରାସ୍ତା ଭାକୁରଗୁଡ଼ା ନିକଟରେ ଗୋଟିଏ ଅଟୋ ଏବଂ ମୋଟର ସାଇକଲ ମଧ୍ୟରେ ଧକ୍କା ହେବାରୁ ୩ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଟୋରେ ଯାଉଥିବା ଜେକେପୁର ବାପୁଜୀନଗରର ଘନଶ୍ୟାମ ବାଗଙ୍କ ଝିଅ ପ୍ରୀତିରାଣୀ ବାଗଙ୍କ ଅବସ୍ଥା ଗୁରୁତର ଥିବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଚାନ୍ଦିଲି ଥାନା ଆଇଆସି ଉଦୟ ଚନ୍ଦ୍ର ସେଠୀ କହିଛନ୍ତି ଯେ ରାୟଗଡ଼ାରୁ ଜେକେପୁରକୁ ଆସୁଥିବା ଏକ ଅଟୋ( ନମ୍ବର ଓଡ଼ି୧୮ସି/୩୬୦୩) ମୋଟର ସାଇକଲ( ନମ୍ବର ଓଡ଼ି୦୭/୩୭୬୦)କୁ ଭାକୁରଗୁଡ଼ା ନିକଟରେ ଧକ୍କା ଦେଇ ଓଲଟିପଡ଼ିଥିଲା। ଅଟୋରେ ଥିବା ଜେକେପୁରର ପ୍ରୀତିରାଣୀ ଓ ୨ଜଣ ବାଇକ୍‌ ଆରୋହୀ ଏଚଡ଼ିଏଫସି ବ୍ୟାଙ୍କର କର୍ମଚାରୀ ପି କେ ସ୍ୱାଇଁ ଏବଂ କେ ସି ନାୟକଙ୍କୁ ଆହତ ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବ୍ୟାଙ୍କ କର୍ମଚାରୀ ଦୁଇ ଜଣଙ୍କ ଅବସ୍ଥା ଭଲ ଥିବା ବେଳେ ପ୍ରୀତିଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି। ଦୁଇଟି ଗାଡ଼ିକୁ ଜବତ କରାଯିବା ସହ ଅଟୋ ଚାଳକ କେ ଶଙ୍କରଙ୍କୁ ଗିରଫ କରାଯାଇଛି ବୋଲି ଆଇଆଇସି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର