ନୂଆଦିଲ୍ଲୀ: ମଣିଷ ଶରୀରରେ ମେଦବହୁଳତାର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରମାନେ ସବୁବେଳେ ଲୋକଙ୍କୁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ସମୟସମୟରେ ଲୋକମାନେ ନିଜର ଲୋଭକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ। ଆବଶ୍ୟକତାଠାରୁ ଅଧିକ ଖାଇବା ଆରମ୍ଭ କରି ଦେଇ ଥାଆନ୍ତି। ଏହି କାରଣରୁ ଶରୀରରେ ମେଦବହୁଳତାର ସମସ୍ୟା ଦେଖା ଦେଇଥାଏ।
ତୁର୍କୀର ଜଣେ ଯୁବକଙ୍କ ସହିତ ସମାନ ଘଟଣା ଘଟିଛି। ଉକ୍ତ ଯୁବକ ଜଣକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିବା ସମୟର ଭିଡିଓ ପୋଷ୍ଟ କରିଥାଆନ୍ତି। ଏହି ଭିଡିଓ ଯୁବକଙ୍କୁ ଲୋକପ୍ରିୟତା ଦେଇଥିଲା। କିନ୍ତୁ ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ତାଙ୍କର ଓଜନ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଥିଲା, ଯାହା ଫଳରେ କମ ବୟସରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତୁର୍କିର ଲୋକପ୍ରିୟ ମକବାଙ୍ଗ ନିର୍ମାତା ଏବଂ ଟିକଟୋକର ଏଫେକାନ କୁଲ୍ଟୁର ଆଉ ଏହି ଦୁନିଆରେ ନାହାନ୍ତି। ଅତ୍ୟଧିକ ଖାଇବା ହେତୁ ମାତ୍ର ୨୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଡିସେମ୍ବରରେ ପ୍ରଥମଥର ପାଇଁ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଓଜନ ବହୁତ ବଢ଼ିଯାଇଥିଲା। ତାଙ୍କୁ ଚାଲିବାରେ ଓ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା। ଏହି ଅସୁବିଧା ଯୋଗୁଁ ସେ ଗତ ବର୍ଷ ତାଙ୍କ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/13/8ouZqGGTFDwqjbqCmg5Y.jpg)