ମୁନିଗୁଡ଼ା: ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ଥାନା ରେଲୱେ ଷ୍ଟେସନ ସମ୍ମୁଖରେ ନିର୍ମାଣଧୀନ ରେଲୱେ କୋଚ ହୋଟେଲ ନିକଟରୁ ପୁଲିସ ଅତି ଚତୁରତାର ସହ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୧କେଜି ଗଞ୍ଜେଇ ଜବତ କରିଛି। ଆଇଆଇସି ସୌଦାମିନୀ ବେହେରା ଆଜି ଏକ ବିବୃତିରେ ସାମ୍ବାଦିକମାନଙ୍କୁ ଅବଗତ କରାଇଛନ୍ତି।
ସୂଚନା ଅନୁଯାୟୀ ମୁନିଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣକାରୀମାନଙ୍କ ଉପରେ ତୀକ୍ଷଣ ନଜର ରଖୁଥିବା ମୁନିଗୁଡ଼ା ଆଇଆଇସି ଶ୍ରୀମତୀ ବେହେରା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ ତିନିଜଣ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ କିଛି ଗଞ୍ଜେଇ ସହ ସନ୍ଧ୍ୟାରେ ମୁନିଗୁଡ଼ା ରେଲୱେ ଷ୍ଟେସନରେ ପହଞ୍ଚିବେ। ସେଠାରୁ ସେମାନେ ଟ୍ରେନ ଯୋଗେ ଅନ୍ୟତ୍ର ଯିବେ। ଏଖବର ପାଇ ଶ୍ରୀମତୀ ବେହେରା ତାଙ୍କର ପ୍ରମୁଖ ସହଯୋଗୀ ସବ ଇନ୍ସପେକ୍ଟର ବିକାଶ ଚନ୍ଦ୍ର ଦେବନାଥଙ୍କ ସହ ମିଶି ଗଞ୍ଜେଇ ମାଫିଆମାନଙ୍କୁ ଜବତ କରିବାର ପ୍ଲାନ ବାନାଇଥିଲେ।
ଏହି ଅପରେସନରେ ସେମାନଙ୍କୁ ହାବିଲଦାର ଗୌରଚନ୍ଦ୍ର ପଣ୍ଡା, କନେଷ୍ଟବଳ ଇଞ୍ଜୁ ଶବର, ଗୋବିନ୍ଦ ଯାକେକା, ଜୁଲି କୁମାରୀ ଦାସ ପ୍ରମୁଖ ସହାୟତା କରିଥିଲେ। ଗତକାଲି ରାତିରେ ଗଞ୍ଜେଇ ଚାଲାଣକାରୀମାନଙ୍କୁ କାବୁ କରିବା ସମୟରେ ସେମାନେ ଖସି ଯିବାକୁ ବହୁ ପ୍ରାୟାସ କରିଥିଲେ। ତିନିଜଣଙ୍କ ମଧ୍ୟରୁ ଜଣେ ମାଫିଆ ଅନ୍ଧାରର ସହାୟତା ନେଇ ଖସି ଯିବାରୁ ସମର୍ଥ ହୋଇଥିଲେ। ତାର ନାମ ଦୀପକ ବୋଲି ଗିରଫ ଗଞ୍ଜେଇ ଚୋରା ଚାଲାଣକାରୀ ଅଭିଯୁକ୍ତ ମହମ୍ମଦ ସି ଏଚ (୨୬) ଓ ସାବେନା କେ ଏଚ୍(୨୪) ପୁଲିସ ତଦନ୍ତ ସମୟରେ ପ୍ରକାଶ କରିଥିଲେ।
ଏହି ଗଞ୍ଜେଇ ଚୋରା ବେପାରୀମାନେ କେରଳ ତ୍ରିଚିନାପଲ୍ଲି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଗଞ୍ଜେଇ ସେମାନେ କେଉଁଠାରୁ ଆଣିଲେ ଆଉ କେଉଁଠାକୁ ନେଉଛନ୍ତି ଏ ବିଷୟରେ ସେମାନେ ଏପର୍ଯ୍ୟନ୍ତ ପୁଲିସକୁ କିଛି କହିନାହାନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।ପ୍ରକୃତରେ ଏହି ବେପାରର ମାଷ୍ଟର ମାଇଣ୍ଡ କିଏ, ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି, ଏହାର ସୁରାକ ପାଇବା ପାଇଁ ପୁଲିସ ଜୋରଦାର ଉଦ୍ୟମ ଅବ୍ୟାହତ ରଖିଛି।
Rayagada | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/19/muniguda-2025-09-19-17-01-35.jpg)