ଗାଡି ଧକ୍କାରେ ୨ମଇଁଷି ମୃତ

ଉମରକୋଟ: ଉମରକୋଟ-ରାଇଘର ମୁଖ୍ୟ ରାସ୍ତାର ଦାହିବେଡା ନିକଟରେ ଏକ ଗାଡି ଧକ୍କାରେ ୨ଟି ମଇଁଷିର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଗାଡି ଦାହିବେଡା ନିକଟରେ ୨ଟି ମଇଁଷିକୁ ଧକ୍କା ଦେଇ ଚାଲି ଯାଇଥିଲା। ଗାଡି ଧକ୍କାରେ ଘଟଣାସ୍ଥଳରେ ହିଁ ୨ଟି ମଇଁଷିର ମୃତ୍ୟୁ ହୋଇଯାଇଥିବା ବେଳେ ଗାଡିଟିର କିଛି ଅଂଶ ଭାଙ୍ଗିଯାଇଥିଲା। ଏପରିକି ଘଟଣାସ୍ଥଳରେ ଗାଡିଟିର ନମ୍ବର ପ୍ଲେଟ୍‌(ସିଜି ୦୪ଆଇଏସ ୯୭୯୮) ପଡିଥିବା ଦେଖିବାକୁ ମିଳିଥିଲା। ରାଇଘର ହାଟରୁ ଗାଈ ଓ ମଇଁଷି କିଣାଯିବା ପରେ ଏହି ରାସ୍ତା ଦେଇ ଚଲାଇ ଚଲାଇ ଚୋରା ଚାଲାଣ ହେଉଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି। ଯଦି ଗୋ-ଚାଲାଣ ରୋକିବା ନିମନ୍ତେ ପ୍ରଶାସନ ଦୃଷ୍ଟି ନଦିଏ ତେବେ ଆଗାମୀ ଦିନରେ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବନି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର